ଗୁଣପୁର ପୈାର ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳନ

4

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ଠାରେ ପୋୖର ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ପୋୖର କାର୍ଯ୍ୟାଳୟ ପରିସରରେ ସ୍ବାଏତ ଶାସନ ସମାରୋହ ଅନୁଷ୍ଠିତ ହୋଇଥିଲା। ନିର୍ବାହୀ ଅଧିକାରୀ ମୋନଜ କୁମାର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ରେ ଗତ ଗୋଟିଏ ବର୍ଷର ସଫଳତା ପାଠ କରାଯାଇ ମିସନ ଶକ୍ତି ଗୃପ ମାନଙ୍କୁ ୧ କୋଟି ୨୯ ଲକ୍ଷ ୫୦ ହଜାର ଟଙ୍କା ରୂଣ ପ୍ରଦାନ କରାଯାଇଛି, ସହରର ବିଭିନ୍ନ ସ୍ଥାନରେ ମିନି ପାର୍କ ଗୁଡାକର ଦାୟିତ୍ବ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଦାୟିତ୍ବ ଦିଆଯାଇଛି, ୫୭ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଇଛି, ୮କୋଟି ବ୍ଯୟରେ ୬୦ଟି ପ୍ରକଳ୍ପ କାର୍ଯ୍ୟ ସରିଛି, ଚାରିଗୋଟି ମଲଟିପରପଜ୍ ହଲ୍ ନିର୍ମାଣ ଚାଲିଛି, ମୁକ୍ତା ଯୋଜନାରେ ବିଭିନ୍ନ ଓ୍ବାର୍ଡ ରେ ସୁନ୍ଦରତା କାର୍ଯ୍ୟକ୍ରମ ସହ ମୁଖ୍ଯ ରାସ୍ତାରେ ବୃକ୍ଷରୋପହ କାର୍ଯ୍ଯ ହାତକୁ ନିଆଯାଇଛି। ବିଭିନ୍ନ ସ୍ଥାନରେ ଓ୍ବାକିଂ ଟ୍ରାକ୍ ସହ ଆଦର୍ଶ ବିଦ୍ୟାଳୟ ନିକଟରେ ଖେଳ ପଡିଆ ନିର୍ମାଣ କରାଯାଇଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସତ୍ଯଜିତ୍ ଗମାଙ୍ଗ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌରଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ପ୍ରମୁଖ ଉଦବୋଧନ ଦେଇ ସହରକୁ ସଫା ସୁନ୍ଦର କରିବା ସହ ପଲିଥିନ ମୁକ୍ତ କରିବାକୁ ଆହ୍ବାନ କରିଥିଲେ। ବଂଶଧାରା ଉପରେ ଦ୍ବିତୀୟ ସେତୁ ର ଆବଶ୍ୟକତା ଉପରେ ପୌରାଧ୍ୟକ୍ଷା ଗୁରୁତ୍ବାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କାଉନସିଲର ଭାଗିରଥି ବିଶ୍ବୋୟୀ, ପ୍ରମୋଦ ଦାସ, ଶିବ ପାଢି ପ୍ରମୁଖ ଉଦବୋଧନ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ କର୍ମଚାରୀ ଅନନ୍ତ ପାତ୍ରଙ୍କ ସଂଯୋଜନା କ୍ରମେ କାର୍ଯ୍ୟକ୍ରମ ଶେଷରେ ସମସ୍ତ କାଉନ୍ସିଲର ମାନଙ୍କୁ ଉପଢୌକନ ପକାଇ ସମ୍ମାନୀତ କରାଯାଇଥିଲା l ସେହି କ୍ରମରେ ୨୨ ଜଣ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ କରିବା ସହ ୧୯ ଜଣ ସେଫଇ କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଥିଲା l କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯିବା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।

 

Leave A Reply

Your email address will not be published.