ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ସଂଗଠନ ତରଫରୁ ଜାତୀୟ ମହା ବୃକ୍ଷରୋପଣ ସପ୍ତାହ ପାଳନ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଓ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ (ଜାତୀୟ ସେବା ଯୋଜନା) କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଏବଂ ଏନ୍.ଏସ୍.ଏସ୍ ଛାତ୍ରୀ ବୃନ୍ଦଙ୍କ ଉପସ୍ଥିତିରେ ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସର ତଥା ହାତୀବାଡି ଗୋପିନାପୁର ମୌଜା , ଫରେଷ୍ଟଗେଟ୍ ନିକଟସ୍ଥ ନିର୍ମାଣଧୀନ ନୂତନ ମହିଳା ସ୍ନାତକ ମହାବିଦ୍ୟଳୟ ପରିସର ମଧ୍ୟରେ ଶତାଧିକ ବୃକ୍ଷ ରୋପଣ କରାଯାଇଛି। ଏହି ବୃକ୍ଷଗୁଡିକ ମଧ୍ୟରେ ଛାୟାଯୁକ୍ତ ଔଷଧୀୟ ବୃକ୍ଷ , ଦେବକାର୍ଯ୍ୟରେ ଲାଗି ହେଉଥିବା ବୃକ୍ଷ ତଥା ବିଭିନ୍ନ ଫଳଜାତୀୟ ବୃକ୍ଷ ରୋପଣ କରାଯାଇଛି।
ଏଥି ପୂର୍ବରୁ ଏନ୍.ଏସ୍.ଏସ୍ ତରଫରୁ ଗୁମ୍ମା ବ୍ଲକ ଏବଂ ଗୋଷାଣୀ ବ୍ଲକ୍ ରାଜରାସ୍ତା ପ୍ରାନ୍ତରରେ ବୃକ୍ଷରୋପଣ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସହରବାସିନ୍ଦା ତଥା ବୁଦ୍ଧିଜୀବୀଗଣ ଉଚ୍ଚ ପ୍ରଶଂସା କରି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଛନ୍ତି।
ଏହି କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରୀମାନଙ୍କୁ ଉଦବୋଧନ ଦେବା ନିମନ୍ତେ ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ଜାତୀୟ ସେବା ଯୋଜନାର ଜିଲ୍ଲା ସଂଗଠକ ଶ୍ରୀଯୁକ୍ତ ସନ୍ୟାସୀ ବେହେରା ତାଙ୍କ ଅଭିଭାଷଣରେ ଏନ୍.ଏସ୍.ଏସ୍.ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାନ୍ଦୀପୁଟ୍ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଏହି କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରିଥିଲେଏବଂ ବୃକ୍ଷରୋପଣର ତାତ୍ପର୍ଯ୍ୟ ଉପରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବରେ ରାଜେଶ ପାତ୍ର , ଏଲ୍. ଅଶୋକ ଓ କେ. ଦୁର୍ଯୋଧନଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଛି। କାର୍ଯ୍ୟକ୍ରମକୁ ସଫଳୀକୃତ କରିବା ପାଇଁ ଅନୁଷ୍ଠାନର ସମସ୍ତ ଶିକ୍ଷକ ତଥା ଅଣ-ଶିକ୍ଷକ କର୍ମଚାରୀ ଓ ଛାତ୍ରୀବୃନ୍ଦ ପ୍ରୋତ୍ସାହନା କରି ସଫଳତା କରିବାରେ ସାହାଯ୍ୟ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post