ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତ୍ରି ଦିବସୀୟ ପ୍ରୟୋଗ ଶିବିର ଉଦଘାଟିତ।

4

ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ଅଡିଟରିଅମ ରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତ୍ରି ଦିବସୀୟ ପ୍ରୟୋଗ ଶିବିର ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ରୂପେ ଯୋଗଦେଇ ବି ଡି ଓ ପ୍ରଫୁଲ୍ଲ କୁମାର ଉଦୁ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ଶିବିର ରେ ୧୫୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାଧନ କର୍ମୀ ସନ୍ତୋଷ ମେହେର, ବୈଷ୍ଣବ ପଣ୍ଡା,କେଦାରନାଥ ରାଉତ, ଉଗ୍ରସେନ ପ୍ରଧାନ,ମନୋରଞ୍ଜନ ପଟେଲ,ରଞ୍ଜନ ବାଗ, ଋଷଭ ସାହୁ,ଚକ୍ରଧର ଅଜଗର,ବିକାଶ ଚନ୍ଦ୍ର ସ୍ୱାଇଁ,ମହେଶ୍ୱର ହରିପାଲ,ବ୍ରଜକିଶୋର ଜେନା,ବିଜୟ କୁମାର ସ୍ବାଇଁ ପ୍ରଶିକ୍ଷଣ ଦେଉଛନ୍ତି। ଜ୍ୟୋତିର୍ମୟୀ ପଟ୍ଟନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଧଲେନ୍ଦ୍ର ବାରିକ,ସୁଶାନ୍ତ କୁମାର ସାହୁ ମଞ୍ଚାସୀନ ଥିଲେ। ବି ଇ ଓ ରାଧେଶ୍ୟାମ ମେହେର ଧନ୍ୟବାଦ୍ ଅର୍ପଣ ଓ ତ୍ରିଲୋଚନ ନାୟକ ଶିବିର ପରିଚାଳନା କରିଥିଲେ।

Leave A Reply

Your email address will not be published.