ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୯/୧୦/୨୬ରାୟଗଡା ଜିଲ୍ଲା ସିପକଟାକ୍ରୋ ଆସୋସିଏସନ୍ ପକ୍ଷରୁ ଗୁଣୁପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଭାର ସିଂ ଖେଳ ପଡ଼ିଆରେ ‘ଖେଲୋ ଇଣ୍ଡିଆ-ଅସ୍ମିତା ସିପକଟାକ୍ରୋ ମହିଳା ଲିଗ୍ ଆୟୋଜିତ ହୋଇଯାଇଛି I ମହିଳା କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହନ, ସେମାନଙ୍କ ଦକ୍ଷତାର ବିକାଶ ଏବଂ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବା ଏହି ଲି ଗ୍ଗ୍ର ପ୍ର ମୁ ଖ ଉଦ୍ଦେଶ୍ୟ I ଏହି କ୍ରୀଡ଼ା ଆୟୋଜନ କାର୍ଯ୍ୟକ୍ରମରେ ଭାର ସିଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ପଣ୍ଡା ଅଧ୍ଯକ୍ଷତା କରିଥିବା ବେଳେ ଓଡିଶା ରାଜ୍ୟ ସିପକଟାକ୍ରୋ ସଂଘ ସାଧାରଣ ସମ୍ପାଦକ ପୃଥୀରାଜ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଏହି ଖେଳର ମହତ୍ୱ ତଥା ଇଣ୍ଡିଆର ଖେଳାଳି ମାନଙ୍କ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ । ନିକଟରେ ଏସିୟାନ ଗେମରେ ଇଣ୍ଡିଆର ସିପକଟାକ୍ରୋ ଖେଳାଳିଆ ମାନେ ବ୍ରୋଞ୍ଜ ପଦକ ହାସଲ କରି ଆମ ଦେଶର ଗର୍ବ ଆଣି ଆଣିଛନ୍ତି ବୋଲି ସୂଚନା ଦେଇଥିଲେ। ମୁଖ୍ୟଅତିଥ୍ ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦାନ କରି ସମସ୍ତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହି ସହିତ ଆୟୋଜକ ଙ୍କୁ ପ୍ରଶଂସା କରିଥିଲେ ସ୍ଵତନ୍ତ୍ର ଅତିଥି ଭାବେ ଡେପୁଟି କଲେକ୍ଟର ତଥା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧ୍ କାରୀ ଦୀପାରାଣୀ ବେହେରା ଯୋଗଦାନ କରି ସମସ୍ତ ବାଳିକା ଖେଳାଳି ମାନଙ୍କଠାରୁ ଖେଳ ବିଷୟରେ ବୁଝି
ବହୁତ ଖୁସି ଅନୁଭବ କରିଥିଲେ । ସମ୍ମାନିତ ଅତିଥ୍ ଭାବେ ସୁନ୍ଦରଗଡ଼ ଜିଲ୍ଲା ସିପକଟାକ୍ରୋ ସଂଘ ସମ୍ପାଦକ ସୁଶାନ୍ତ କୁମାର ଷଡ଼ଙ୍ଗୀ, ବିଷମ କଟକ ବ୍ଲକ ଉପାଧ୍ଯକ୍ଷ ଶ୍ରୀ ପ୍ରସାଦ ପଟନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନାଗେଶ୍ୱର ରାଓ, ସମାଜସେବୀ ଜ୍ୟୋତି ପ୍ରସାଦ ସାହୁ ଓ ଗୋପୀନାଥ ସାରକା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୧୦ ଜଣ ଖେ ଖଳାଳି ଅନଲାଇନରେ ପଞ୍ଜୀ କରଣ କରି ପ୍ରତିଯୋଗିତାରେ ଭାଗ ନେଇ ଥିଲେ I କ୍ରୀଡା ଶିକ୍ଷୟିତ୍ରୀ ଅପର୍ଣ୍ଣା ପାତ୍ର ଖେଳ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗୌରୀ ଶଙ୍କର ସାହୁ, ମୋନାଲିସା ପଣ୍ଡା, ଗଣେଶ ଶବର, ସୁଜାତା ସାହୁ, ସୁଷମା କୁମାରୀ ପାଢ଼ି, ସ୍ଵର୍ଣ୍ଣକ୍ଷୀ ପଣ୍ଡା, ସବିତା କୁମାରୀ ସାହୁ, ସସ୍ମିତା ଶବର, ସନ୍ଧ୍ୟାରାଣୀ ମିଶ୍ର, ବୃନ୍ଦାବତୀ ବିଡ଼ିକା, ପ୍ରେମଲତା ଶବର, ଉର୍ମିଳା ମହାରଣା, ସ୍ୱପ୍ନ ମହାନ୍ତି, ଦୀପାଞ୍ଜଳି ଭଟ୍ଟ, ନୀଳ ମାଧବ ପଣ୍ଡା, ଗୀତାଦେବୀ ନାଲ୍ଲା, ଅପର୍ଣ୍ଣା ପାତ୍ର ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ମୀନକେତନ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ରଶ୍ମିତା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ମହିଳା କ୍ରୀଡ଼ା ପ୍ରତିଭାଙ୍କୁ ଏକ ଉତ୍ସାହଜନକ ମଞ୍ଚ ଯୋଗାଇ ଦେଇଥିବାରୁ ଏହି ଲିଗ୍କୁ ନେଇ କ୍ରୀଡ଼ାପ୍ରେମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି I
Sign in
Sign in
Recover your password.
A password will be e-mailed to you.
Next Post