ବି.ଜେ.ପି ର କୁଲାଡ ମଣ୍ଡଳ ସଦସ୍ୟତା ଅଭିଯାନ ଶିବିର।

4

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ନିର୍ଦେଶକ୍ରମେ ନିଜ ଦଳର ବଳ ପାଇଁ ସଭ୍ୟ ସଂଗ୍ରହ ବା ସଦସ୍ୟତା ସଂଗ୍ରହ ଅଭିଯାନ ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଆରମ୍ଭ ହୋଇଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ଭଞ୍ଜନଗର ବିଧାନସଭା ଘୁମୁସର ଜିଲ୍ଲା କୁଲାଡ ମଣ୍ଡଳ ଅନ୍ତର୍ଗତ ୭ ଗୋଟି ପଞ୍ଚାୟତ କୁ ନେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଆଦେଶ କ୍ରମେ ଆଜି ୨୮ ଅଗଷ୍ଟ ବୁଧବାର ୨୦୨୪ ତାରିଖ ରେ କୁଲାଡ ଭଞ୍ଜ ମଣ୍ଡପ ଠାରେ, ଏକ ସଦସ୍ୟତା ଚୟନ ଅଭିଯାନ ଅନୁଷ୍ଠିତ ହୋଇଥିଲା।

ଆଜିର ଏହି ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ ଶିବିର ରେ କିପରି ଭାବରେ ଓଡ଼ିଶା ରାଜ୍ୟରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ଅଧିକ ରୁ ଅଧିକ ସଦସ୍ୟ ଭାରତୀୟ ଜନତା ପାର୍ଟିରେ ସଦସ୍ୟତା ହୋଇପାରିବେ ଓ ନିଜ ଦଳକୁ ମଜଭୁତ କରିପାରିବେ ତାହା ଏଠାରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏହା ସହିତ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ କର୍ମଶାଳା ପାଇଁ ତାରିଖ ଓ କାର୍ଯ୍ୟକର୍ତ୍ତା ଙ୍କ ନାମ ଘୋଷଣା ସହିତ ମୋବାଇଲ୍ ମାଧ୍ୟମରେ କିପରି , ସହଜରେ ଓ ସ୍ଵଛତାରେ ସଦସ୍ୟତା ଗ୍ରହଣ କରିପାରିବେ ସେ ବିଷୟରେ ମଧ୍ୟ କୁଲାଡ ମଣ୍ଡଳ ର ସଂଯୋଜକ ରବିନ୍ଦ୍ର କୁମାର ଗୈାଡ ବୁଝାଇ କହିଥିଲେ।
ଆଜିର ଏହି କୁଲାଡ ମଣ୍ଡଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ରେ ମଞ୍ଚାସିନ ଥିଲେ, କୁଲାଡ ମଣ୍ଡଳ ସଭାପତି ଶ୍ରୀ ବ୍ରହ୍ମାନନ୍ଦ ଦାସ, ମଣ୍ଡଳ ସଂଯୋଜକ ଶ୍ରୀ ରବିନ୍ଦ୍ର କୁମାର ଗୈାଡ, ମଣ୍ଡଳ ପ୍ରଭାରୀ ଶ୍ରୀ ସନ୍ତୋଷ କୁମାର ପାଳ, ଘୁମୁସର ଜିଲ୍ଲା କମିଟି ସଦସ୍ୟ ଶ୍ରୀମତୀ ପ୍ରତିମା ମହାପାତ୍ର, ଢିହପଢାଳ ସରପଞ୍ଚ ଶ୍ରୀମତୀ ରୋଜି ବରାଡ, ଗୋଲାପଡା ନାଏବ୍ ସରପଞ୍ଚ ଶ୍ରୀମତୀ ସଂଧ୍ୟାରାଣୀ ଚୋୖଧୁରୀ, ମୁଜାଗଡ ମଣ୍ଡଳ ସଭାପତି ଶ୍ରୀ ଧୋବା ଗୈାଡ, ଭଞ୍ଜନଗର ବ୍ଳକ୍ ସରପଞ୍ଚ ସଭାପତି ଶ୍ରୀ ସୁବାସ ଚନ୍ଦ୍ର ବରାଡ, କୁଲାଡ ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ମମତା ରଥ, କୁଲାଡ ପଞ୍ଚାୟତ ପ୍ରମୂଖ ଶ୍ରୀ ସଞ୍ଜୟ ପ୍ରଧାନ, ଢିହପଢାଳ ସମିତି ସଭ୍ୟପାର୍ଥି ଶ୍ରୀ ରାଧାମୋହନ ଜେନା ଙ୍କ ସହିତ କୁଲାଡ ମଣ୍ଡଳ ସାଧାରଣ ସଂପାଦକ ଶ୍ରୀ ସୁଶାନ୍ତ କୁମାର ନାୟକ, ଶ୍ରୀ କେଶବ ପ୍ରଧାନ ଓ ଶ୍ରୀ ସୁରେନ୍ଦ୍ର ସାହୁ ଉପସ୍ଥିତ ଥିଲେ। ମଞ୍ଚରେ ମଞ୍ଚାସିନ ପ୍ରମୁଖ ସଦସ୍ୟ ଙ୍କୁ ଉପଢୋକନ ପ୍ରଦାନ କରାଯିବା ସହିତ ବିଭିନ୍ନ ପଞ୍ଚାୟତ ର ପ୍ରମୁଖ କର୍ମୀ ସଦସ୍ୟଙ୍କ ନାମ ପ୍ରକାଶ କରାଯାଇ ଉତ୍ତରିୟ ପ୍ରଦାନ କରାଯାଇଥିଲା। ଏଥି ସହିତ ଆଗାମୀ ସେପ୍ଟେମ୍ବର ତିନି ତାରିଖ ଦିନ ଭଞ୍ଜନଗର ବିଧାନସଭା ଅନ୍ତର୍ଗତ ବଡ଼ ଧରଣର ସଦସ୍ୟତା ଅଭିଯାନ ହେବାପାଇଁ ସ୍ଥିରୀକୃତ ହୋଇଛି।

Leave A Reply

Your email address will not be published.