ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସହରର ଏକମାତ୍ର ବହୁ ପୁରାତନ ମହାବିଦ୍ୟାଳୟ ଭିତରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟ ରେ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ନିଶୁଳ୍କ ୱାଇଫାଇ ସେବା।
ଏଥିନିମନ୍ତେ ଉକ୍ତ ମହାବିଦ୍ୟାଳୟ ପରିସରରେ ଦୃତ ଗତିରେ କାର୍ଯ୍ୟ ଆଗେଇ ଚାଲିଛି। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକରେ ୱାଇଫାଇ ସେବାର ଆରମ୍ଭ ପାଇଁ ଗତ ସରକାର ନିଷ୍ପତ୍ତି ନେଇଥିବା ଉଲ୍ଲେଖ ଅଛି । ସେହି ପ୍ରକାରେ ପର୍ଯ୍ୟାୟ କ୍ରମେ ମହାବିଦ୍ୟାଳୟ ଗୁଡ଼ିକରେ ୱାଇଫାଇ ସେବାର ଆରମ୍ଭ ହୋଇଛି। କେ ଏସ ୟୁ ବି କଲେଜ୍ ରେ ଏଥିନିମନ୍ତେ ୨ ବର୍ଷ ପୂର୍ବେ ସର୍ଭେ ହୋଇଥିଲା। ବର୍ତ୍ତମାନ କାର୍ଯ୍ୟ ତ୍ବରାନ୍ବିତ ହୋଇ ଟାୱାର ପୋତା ସରିଛି। ୱାଇଫାଇ ସେବା ଆରମ୍ଭ ହେଲେ ଛାତ୍ରଛାତ୍ରୀ ମାଗଣା ଇଣ୍ଟରନେଟ ସୁବିଧା ପାଇପାରିବେ। ଅନଲାଇନ୍ ରେ ପାଠ ପଢ଼ିବାକୁ ଛାତ୍ରଛାତ୍ରୀ ଆଗ୍ରହ ଦେଖାଇବେ। ବର୍ତ୍ତମାନ କଲେଜ ପରିସର ମଧ୍ୟରେ ଦୁଇଟି ଟାୱାର ପୋତା ଯାଇ ସେଥିରେ ଆବଶ୍ୟକୀୟ ସରଞ୍ଜାମ ଲାଗି ତାର ମଧ୍ୟ ସଂଯୋଗ ହୋଇସାରିଛି। ଗୋଟିଏ ମୂଖ୍ୟ କୋଠାର ସିଡି ପାଖରେ ଥିବା ଖାଲି ସ୍ଥାନ ମାଟିରେ ଓ ଅନ୍ୟଟି ଲାଇବ୍ରେରୀ ପାଖ ନୂତନ କୋଠା ପାଖରେ ବସା ଯାଇଛି। ସୂଚନା ଅନୁସାରେ ବସା ଯାଇଥିବା ୱାଇଫାଇ ଟାୱାର ଠାରୁ ଦିର୍ଘ ୮୦ ମିଟର୍ ପର୍ଯ୍ୟନ୍ତ ୱାଇଫାଇ ତରଙ୍ଗ ସେବା ଭଲଭାବରେ ଆସିବ। ଫଳରେ ଛାତ୍ରଛାତ୍ରୀ ମାନେ ଉକ୍ତ ପରିସିମା ମଧ୍ୟରେ ରହି ସୁବିଧା ରେ ଇଣ୍ଟରନେଟ୍ ପାଇ ଅନଲାଇନ୍ ମାଧ୍ୟମରେ ବିନା ଶୁଳ୍କରେ ବିଦ୍ୟାଧ୍ୟୟନ କରିପାରିବେ। ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ନିଶୁଳ୍କ ୱାଇଫାଇ ସେବା ପାଇଁ ପ୍ରାୟ ସମସ୍ତ କାର୍ଯ୍ୟ ଶେଷ ହୋଇଛି। କିଛି ଦିନ ଭିତରେ ଏହି ସେବା ମହାବିଦ୍ୟାଳୟ ଆରମ୍ଭ ହୋଇଯିବ।
Sign in
Sign in
Recover your password.
A password will be e-mailed to you.
Next Post