ପାଇକମାଳ ହାଇସ୍କୁଲ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ।

5

ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ଅଡିଟୋରିଅମ ରେ ପାଇକମାଳ ବ୍ଲକର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ୍ ପ୍ରତିଯୋଗିତା ବି ଇ ଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି ।ମୁଖ୍ୟଅତିଥି ଡି ଇ ଓ ରାଧାକାନ୍ତ ଛତ୍ରୀ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରି ଯୁଗୋପଯୋଗୀ ହେବା ପାଇଁ ଆହ୍ବାନ ଦେଇଥିଲେ।କାର୍ଯ୍ୟକ୍ରମରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରର ୨୪୯ ଜଣ ଛାତ୍ର ଛାତ୍ରୀ ଯୋଗଦନ କରିଥିଲେ। ସମରୋପ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ବି ଇ ଓ ଜନକ ଲାଲ ମେହେର ଯୋଗଦାନ କରି ସବ ଜୁନିଅର ଗ୍ରୁପ ର ଲିପସିତ ପଟେଲ, ଜ୍ୟୋଟିଷ୍କା ବାଗ,ବିଜୟ କୁମାର ତ୍ରିପାଠୀ, ଜୁନିଅର ଗ୍ରୁପ ର ଦେବ ପ୍ରଧାନ, ଶିବମ ପ୍ରଧାନ,ପ୍ରୟାସ ଜଗତ,ସିନିୟର୍ ଗ୍ରୁପ ର ତେଜସମୟୀ ପ୍ରଧାନ, ବର୍ଷାରାଣୀ ପ୍ରଧାନ, ହେପି ଜାଲ ଙ୍କୁ ଯଥ।କ୍ରମେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ପାଇଁ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ।ଦ୍ଵାଦଶ କୁମାର ପ୍ରଧାନ,ରାଧେଶ୍ୟାମ ମେହେର,ଉମେଶ ଚନ୍ଦ୍ର ପଣ୍ଡା ଜ୍ୟୋତିର୍ମୟୀ ପଟ୍ଟନାୟକ ମଞ୍ଚାସୀନ ଥିଲେ। ଏ ବି ଇ ଓ ଧଲେନ୍ଦ୍ର ବାରିକ ଧନ୍ୟବାଦ୍ ଅର୍ପଣ ଓ ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା କରିଥିଲେ।

Leave A Reply

Your email address will not be published.