ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀକୃଷ୍ଣ ଭାବନାର ପ୍ରତୀକ ସ୍ଵରୂପ ବାଲ୍ ଶ୍ରୀକୃଷ୍ଣଙ୍କ ଜନ୍ମତିଥିକୁ ସମଗ୍ର ବିଶ୍ବରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ସମାଜ ଏବଂ ଶିଶୁମାନଙ୍କ କଲ୍ୟାଣ ନିମନ୍ତେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନାମରେ ମହାଆଡମ୍ବର ସହକାରେ ପାଳନ କରାଯାଉଛି।
ଏହି ଅବସରରେ ମା ଫୁଲ ସୁନ୍ଦରୀ ନାମ ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ନଗର ନାମ ସଂକୀର୍ତ୍ତନ ପରିକ୍ରମାର ଆୟୋଜନ କରାଯାଇଥିଲା। ପ୍ରଥମେ ପରିଚ୍ଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ପୂଜା ଅର୍ଚ୍ଚନା ପରେ ସଂକୀର୍ତ୍ତନ ମଣ୍ଡଳୀ ଓ ଭକ୍ତବୃନ୍ଦ ନଗର ପରିକ୍ରମାକୁ ବାହାରି ଥିଲେ। ସେହି ସମୟରେ ତାଙ୍କ ସହିତ ଆସିଥିବା ରାଧାକୃଷ୍ଣ ବେଶଧାରୀ ଶିଶୁ ମାନଙ୍କୁ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ସ୍ବାଗତ କରିବା ସହିତ କେରାଣ୍ଡି ମହନ୍ତ ଦାମୋଦର ଦାସ ଜୀ ଏବଂ କେନ୍ଦ୍ର ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ଦ୍ଵାରା ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ମଠ ପରିଚାଳକ ମୂରଲୀଧର ପରିଚ୍ଛା ଏବଂ ଜାନକୀ ଚରଣ ବେହେରା ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post