ବାସୁଦେବପୁର – ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ପବିତ୍ର ଜନ୍ମାଷ୍ଟମୀ, ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ବଳି ଦାନ ଦିବସ, ଏବଂ ବିଶ୍ବ ହିନ୍ଦୁ ପରିଷଦ ର ସ୍ଥାପନା ଦିବସ ପାଳନ ହୋଇ ଯାଇଛି। ବାସୁଦେବପୁର ପ୍ରଖଣ୍ଡ ସମ୍ପାଦକ ଉତ୍କଳ କେଶରୀ ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଟିତ କାର୍ଯ୍ୟ କର୍ମ ରେ ଆର ଏସ ଏସ ର ଜିଲ୍ଲା ସେବା ପ୍ରମୁଖ ଶଶାଙ୍କ ଶେଖର ସାମଲ, ବିଶ୍ଵ ହିନ୍ଦୁ ପରିଷଦ ର ଯୋଗ ଦେଇ ବିଶ୍ଵ ହିନ୍ଦୁ ପରିଷଦ ର ଭଦ୍ରକ ବାଲେଶ୍ବର ବିଭାଗ ସଂଯୋଜକ ବିଜୟ କୁମାର ସିହ୍ନା, ମାତୃ ଶକ୍ତି ର ବାସୁଦେବପୁର ସଂଯୋଜିକା ମଞ୍ଜୁ ଲତା ପାଣିଗ୍ରାହୀ ଯୋଗ ଦେଇ ସ୍ଥାପନା ଓ ସ୍ୱାମୀଜୀ ଙ୍କ ବଳି ଦାନ ର ବିଷୟ ଉପରେ ଆଲୋକ ପାତ କରିଥିଲେ। ଏହି କାର୍ଯ୍ୟ କର୍ମ ରେ ବହୁ ବିଶ୍ଵ ହିନ୍ଦୁ ପରିଷଦ ର କର୍ମ କର୍ତ୍ତା ଉପସ୍ଥିତ ରହି ସଫଳ କରାଇ ଥିଲେ।