ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଠାରେ ଏକ ଜେଏମ୍ଏଫସି ଅଦାଲତ ଖୋଲିବା ନିମନ୍ତେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ I ତେଣୁ ବେଲଗୁଣ୍ଠା ଠାରେ ଅତି ଶୀଘ୍ର କିପରି ଜେଏମ୍ଏଫସି ଅଦାଲତ ପ୍ରତିଷ୍ଠା ହୋଇପାରିବ ସେହି ସମ୍ପର୍କରେ ବେଲଗୁଣ୍ଠା ବାର୍ ଆସୋସିଏନ୍ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବାର୍ ଆସୋସିଏସନ୍ ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଡି ଗଗନ ବିହାରୀ ବିନ୍ଧାଣୀରା,କୋଷାଧ୍ୟକ୍ଷ ମଧୁସୂଦନ ମହାପାତ୍ର,ଉପଦେଷ୍ଟା ବିପିନ ବିହାରୀ ସାହୁ,ସନ୍ତୋଷ କୁମାର ନାୟକ ଏବଂ ପ୍ରଶାନ୍ତ କୁମାର ସାହୁଙ୍କ ସମେତ 20 ଜଣ ଆଇନୀଜୀନୀ ଏହି ବୈଠକରେ ଉପସ୍ଥିତ ରହି ଜେଏମ୍ଏଫସି ଅଦାଲତ ଖୋଲାଯିବା ଊପରେ ନିଜ ନିଜର ମତାମତ ଦେଇଥିଲେ I ଏହି ଅଦାଲତ ଖୋଲାଗଲେ ଏହା କିପରି ଜନ ସାଧାରଣଙ୍କୁ ଆଇନଗତ ସୁବିଧା ସୁଯୋଗ ଯୋଗାଇପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା I
Sign in
Sign in
Recover your password.
A password will be e-mailed to you.