ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କୁଲାଡ ଗ୍ରାମରେ ଆଜି ପାଳିତ ହୋଇଛି ବିଶ୍ବହିନ୍ଦୁ ପରିଷଦର ଷାଠିଏ ତମ ବର୍ଷ ପୂର୍ତ୍ତି ଉତ୍ସବ ସହିତ ପୂଜ୍ୟ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଶୋହଳ ତମ ବଳୀଦାନ ଦିବସ ଓ ଭଗବାନ୍ ଶ୍ରୀକୃଷ୍ଣ ଙ୍କ ଜନ୍ମୋତ୍ସବ।
ଅଦ୍ୟ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ତଥା ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ କୁଲାଡ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ପୂଜ୍ୟ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୬ ତମ ବଳୀଦାନ ଦିବସ। ଯେଉଁ ସନ୍ଥ ହିନ୍ଦୁ ସମାଜର ପ୍ରତ୍ୟେକ ଉନ୍ନତି କ୍ଷେତ୍ରରେ ନିଜର ସର୍ବସ୍ବ ଉଛର୍ଗ କରି ଭାରତ ଦେଶକୁ ଏକ ହିନ୍ଦୁ ରାଷ୍ଟ୍ର କରିବାର ସ୍ଵପ୍ନ ଦେଖିଥିଲେ ଏବଂ ସେଥିନିମିତ୍ତ ଜାତି ଭେଦ ଛୁଆଁ ଅଛୁଆଁ ନଦେଖି ସମଗ୍ର ହିନ୍ଦୁ ସମାଜକୁ ଏକଜୁଟ୍ କରି ରଖିବାରେ ଅହରହ ସଂଗ୍ରାମ କରି ଆସୁଥିଲେ। କିନ୍ତୁ ସେ ଆଜି ଆଉ ନାହାଁନ୍ତି। କାରଣ ଆଜକୁ ୧୬ ବର୍ଷ ପୂର୍ବେ ହିନ୍ଦୁ ବିରୋଧୀ ଆତତାୟୀ ଙ୍କ ଗୁଳିବିଦ୍ଧ ରେ ନିଜ ଶରୀର ତ୍ୟାଗ କରିଥିଲେ। ସେଥିପାଇଁ ଆଜି ଅନେକ ସାଧୁ,ସନ୍ଥ, ଜନସାଧାରଣ ଓ ବିଭିନ୍ନ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ମାନେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ନଦିଆ କିର୍ତ୍ତନ ରେ ନଗର ଭ୍ରମଣ କରି ଶେଷରେ ମନ୍ଦିର ରେ ଉପସ୍ଥିତ ହୋଇଥିଲେ। ଉକ୍ତ ନଗର ଭ୍ରମଣ କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତିୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମୁରଲୀଧର ପଣ୍ଡା, ଜିଲ୍ଲା ସଭାପତି ଶ୍ରୀ ସୁଧିର ନାୟକ, ସହ ସଂଯୋଜକ ଶ୍ରୀ ରାମକୃଷ୍ଣ ଦାସ, ଧର୍ମ ଚାରିୟ ସଂପର୍କ ପ୍ରମୂଖ ଶ୍ରୀ ଗଣେଷ ମାଝି, ବଜରଙ୍ଗ ଦଳର ନଗର ସଂଯୋଜକ ଶିବାନନ୍ଦ ମହାପାତ୍ର, ବୁଲୁ ସାହୁ, ଲୁଲୁ ପଣ୍ଡା, ରଙ୍କ ସାହୁ, ପ୍ରଦୀପ ପାତ୍ର ଭଗବାନ୍ ଖାଡେଗାଂ, ଲଷ୍ମିକାନ୍ତ ସୁବୁଦ୍ଧି ଓ ନିଳାଦ୍ରୀ ଉଦଣ୍ଡରା ପ୍ରମୂଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।
ଏଥିସହିତ ମନ୍ଦିର ପରିସର ଭାଗବତ ସଂକିର୍ତ୍ତନ ମଣ୍ଡପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତିରେ ଓ ସ୍ଵାମୀଜି ଙ୍କ ଫୋଟୋ ରେ ପୁଷ୍ପମାଳ ଅର୍ପଣ ପୁର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହିତ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବିଶ୍ବହିନ୍ଦୁ ପରିଷଦ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ତଥା ଗଜପତି ଜିଲ୍ଲା ମହେନ୍ଦ୍ର ଗିରି ପର୍ଶୁରାମ ଆଶ୍ରମର ପ୍ରତିଷ୍ଠାତା ବାବା ଭାସ୍କରତୀର୍ଥ ମହାରାଜା ଙ୍କୁ ଫୁଲ ଚନ୍ଦନ ପୁଷ୍ପ ଓ ଉତ୍ତରୀୟ ଦେଇ ଉତ୍ସବ ସ୍ଥଳକୁ ନିମନ୍ତ୍ରଣ କରାଯାଇଥିଲା। ତତ୍ ସହିତ ମାଧବରିଡା ତ୍ରୀବେଣି ମଠର ମହନ୍ତ ବାବା ଚିଦାନନ୍ଦ ସ୍ଵାମୀ, ସୋରିଷ ମୂଳି ଆଶ୍ରମର ବାବା ସୁଧାନନ୍ଦ, ସ୍ଵଧି ଭାଗ୍ୟଲତା ଦେବୀ ଓ ଅନ୍ୟାନ୍ୟ ସାଧୁସନ୍ଥମାନେ ଉପସ୍ଥିତ ଥିଲେ। ଯୁଗେ ଯୁଗେ ବିଶ୍ଵର ଇତିହାସ କୁ ଅବଲୋକନ କରି ପୃଥିବୀ ପୃଷ୍ଠର କୋଣ ଅନୁକୋଣ କୁ ତନ୍ନ ତନ୍ନ କରି ଦେଖିଲେ କେବଳ ହିନ୍ଦୁ ସନାତନ ଧର୍ମ ଶାସ୍ତ୍ରର ଅନେକ ନିଦର୍ଶନ ଦେଖିବାକୁ ମିଳିବ। ସେହି ଧର୍ମ କୁ ଧାରଣ କରି ଆଜି ପୃଥିବୀ ଧାବମାନ। ଆଜିର ପବିତ୍ର ଦିନ ବା ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ସହିତ ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକ୍ରମ କୁ ଗ୍ରାମାଞ୍ଚଳ ସ୍ତରରେ ସହରାଞ୍ଚଳ ସଂଗଠନ କୁ ସୁଦୃଢ କରିବା ପାଇଁ ଏଠାରେ ଯୋଜନା ପ୍ରସ୍ତୁତ ହୋଇଥିଲା। ଏବଂ ପୂଜ୍ୟ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଙ୍କ ୧୬ ତମ ବଳୀଦାନ ଦିବସ ର ସ୍ମୃତି ଚାରଣ କରାଯାଇଥିଲା। ଏହି ମହାନ୍ କାର୍ଯ୍ୟକ୍ରମ କୁ କୁଲାଡ ଗ୍ରାମର ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟକର୍ତ୍ତା ମାନେ ସୁଚାରୁରୂପେ ପରିଚାଳନା କରିଥିଲେ।