30 ଲକ୍ଷ ରୁ ଊର୍ଦ୍ଧ ଟଙ୍କା ମୂଲ୍ୟର 105 ଟି ମୋବାଇଲ ଫୋନ୍ ଉଦ୍ଧାର

9

ନୟାଗଡ଼:- ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏବଂ ସାଇବର ଥାନାର ତତ୍ତ୍ବାବଧାନରେ,ନୟାଗଡ଼ ପୋଲିସ ଦ୍ବାରା 30 ଲକ୍ଷ ରୁ ଊର୍ଦ୍ଧ ଟଙ୍କା ମୂଲ୍ୟର 105 ଟି ହଜି ଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର କରିଛନ୍ତି । ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟ ପରିସରରେ ପୋଲିସ ପକ୍ଷରୁ ମୋବାଇଲ ମେଳାର ଆୟୋଜନ କରାଯାଇ ଏକ ବିଶାଳ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି।

ଏହି ମେଳାରେ 105 ଗୋଟି ହଜି ଯାଇଥିବା ଦାମୀ ମୋବାଇଲ ଫୋନ୍ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଫେରସ୍ତ କରାଯାଇଛି। ଏହି ମୋବାଇଲ୍ ଫୋନ୍‌ଗୁଡ଼ିକ ବିଭିନ୍ନ ଜିଲ୍ଲା (ଖୋର୍ଦ୍ଧା, କଟକ, ଗଞ୍ଜାମ, ବାଲେଶ୍ବର, କନ୍ଧମାଳ, କୋରାପୁଟ, ଭୁବନେଶ୍ବର ଓ ଢେଙ୍କାନାଳ), ରାଜ୍ୟ ତଥା ରାଜ୍ୟ ବାହାର (ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ କର୍ଣ୍ଣାଟକ) ରୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.