ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସଡ଼କ ଦୁର୍ଘଟଣା ରୋକିବା ଓ ଯାତାୟାତ ନିୟମ ପାଳନ ନେଇ ସଚେତନତା ସୃଷ୍ଟି ପାଇଁ ଗୁଣୁପୁରର ଏସ୍ପିଗୁଡ଼ା ଓ ବିକ୍ରମପୁର ଛକଠାରେ ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ମିଳିତ ଅଭିଯାନ ହୋଇଥିଲା। ହେଲମେଟ୍ ପିନ୍ଧି ଗାଡ଼ି ଚଳାଉଥିବା ଚାଳକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିନା ହେଲମେଟ୍ରେ ଯାଉଥିବା ଚାଳକଙ୍କୁ ଲିଫ୍ଲେଟ୍ ମାଧ୍ୟମରେ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନ କରାଯାଇ ମାଗଣାରେ ହେଲମେଟ୍ ପ୍ରଦାନ କରାଯାଇଥିଲା। ରାୟଗଡ଼ା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିହାର ରଞ୍ଜନ ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ବିନୟ ପାଉଲ, ଏସ୍ଡିପିଓ ବାବୁଲି ନାୟକ ଓ ଥାନା ଅଧିକାରୀ କମଳକାନ୍ତ କହଁରଙ୍କ ସମେତ ଅନ୍ୟ ଅଧିକାରୀମାନେ ଚାଳକଙ୍କୁ ସୁରକ୍ଷିତ ଗାଡ଼ି ଚାଳନା ଓ ହେଲମେଟ୍ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ।