କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ର ସମ୍ମିଳନୀ ଗୃହ ଠାରେ ବ୍ଲକ ସ୍ତରୀୟ ” ପ୍ରଧାନ ମନ୍ତ୍ରୀ ଲକ୍ଷପତି ଦିଦି ସମ୍ମେଳନ ” ସମାରୋହ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇ ଅଛି. ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଭବାନୀପାଟଣା,ଶ୍ରୀ ଚନ୍ଦନ କୁମାର ଭୋଇ,( ଓଏସ)କାର୍ଯ୍ୟ କ୍ରମରେ ସ୍ୱାଗତ ସମ୍ଭର୍ଦ୍ଧନା କରିଥିଲେ. ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ, ଲୋକସଭା ମହୋଦୟା, ଶ୍ରୀମତୀ ମାଲବିକା ଦେବୀ, ଯୋଗ ଦେଇଥିଲେ. ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଜ଼ିଲ୍ଲା ପରିଷଦ, କଳାହାଣ୍ଡି, ଶ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ତନ୍ମୟ ଦରୱାନ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ପରିଚାଳକ , ଓଡିଶା ଜୀବିକା ମିଶନ, ଶ୍ରୀ ଚନ୍ଦନ କୁମାର ବେହେରା ଙ୍କ ସମେତ ଭବାନୀପାଟଣା ବ୍ଲକ ଅଧକ୍ଷ, ବ୍ଳକ ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ.ଏହି କାର୍ଯ୍ୟ କ୍ରମରେ ସମ୍ମାନନୀୟା ସାଂସଦ ଲୋକ ସଭା ମହୋଦୟା ମହିଳା ମାନଙ୍କୁ ଅଧିକ ରୁ ଅଧିକ ରୋଜଗାର କ୍ଷମ ହେବ ନିମନ୍ତେ ପ୍ରବାର୍ତ୍ତାଇ ଥିଲେ ଏବଂ ଏଥି ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ସେ ସବୁ ବେଳେ ତତ୍ପର ବୋଲି ଜଣାଇଦେଇଥିଲେ. ଶ୍ରୀମତୀ ପଙ୍କଜିନୀ ତାରାସିଆ , ବ୍ଲକ ପ୍ରକଳ୍ପ ପରିଚାଳିକା, ଓଡିଶା ଜୀବିକା ମିଶନ, ଭବାନୀପାଟଣା,ମଞ୍ଚ ରେ ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ଏବଂ ଶ୍ରୀମତୀ ସୋନାଲିଶା ମୁଣ୍ଡ, ବି.ଏ ଲ. ସି ତାଙ୍କୁ ସହଯୋଗ କରିଥିଲେ. ଜାଲେଗାଁ ଠାରୁ ସମ୍ମାନନୀୟ ପ୍ରଧାନ ମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ରା ସିଧାପ୍ରସାରଣ ସମସ୍ତେ ଦେଖିଥିଲେ. ପରିଶେଷରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ 609 ଲକ୍ଷ ପତି ଦିଦି ଏବଂ 104 ସି. ଆର. ପି.-ସି. ଏମ. ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା. ଭବାନୀପାଟଣା ଅନ୍ତର୍ଗତ ସମସ୍ତ ଜି.ପି.ଏଲ୍.ଏଫ୍. ର ସଭାନେତ୍ରୀ, ଏମ. ବି. କେ. ସଭା ରେ ଉପସ୍ଥିତ ରହି ଲକ୍ଷ ପତି ଦିଦି ଙ୍କୁ ଉତ୍ସାହିତ କରିଥିଲେ.
Sign in
Sign in
Recover your password.
A password will be e-mailed to you.