ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ତୃତୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବଡ଼ ସାଦରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ତୃତୀୟ ମାସିକ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାଶ,ସୁଚରିତା ଗୌଡ଼,ଶାନ୍ତିଲତା ବେହେରା, ପ୍ରଧାନ ଶିକ୍ଷକ ଶିବରାମ ବେହେରା,ବିଷ୍ଣୁପ୍ରସାଦ ବେହେରା, ଶିଶିର କୁମାର ସ୍ୱାଇଁ,ଶୀତଳ ପ୍ରସାଦ ଜେନା,ଗଙ୍ଗାଧର ସ୍ଵାଇଁ,ଲିଙ୍ଗରାଜ ସେଠୀ,ଏଫ୍.ଏଲ୍.ଏନ୍ ଶିକ୍ଷକ ସୁକାନ୍ତ ବେହେରା ,ଜଗନ୍ନାଥ ପାଇକ, ଅଶୋକ ବେହେରା,ଝାପଲ ମାରାଣ୍ଡି,ମନୋରଞ୍ଜନ ବିଷୋୟୀ,ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପାଢୀ, ଶୁଭାଙ୍ଗିନୀ ସାହୁ, ସୁଚିତ୍ରା ମହାନ୍ତି, ଆରତୀ ପାତ୍ର, ଅଳକା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ବୈଠକରେ ବିଦ୍ୟାଳୟ ମନିଟରିଂ,ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ,ଏଫ୍ଏଲ୍ଏନ୍ ଟ୍ରାକର୍,ବିଲ୍ଡିଂ ବ୍ଳକ୍ ଆପ୍ ବ୍ୟବହାର,ଜାତୀୟ ଉପଲବ୍ଧିଳକ ପରୀକ୍ଷଣ ପ୍ରସ୍ତୁତି, ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ,ଗଣିତ କଳିକା ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା I ସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ,ଉଢୁରା କ୍ଲଷ୍ଟର୍ ରେ ସିଆରସିସି ଛାୟାକାନ୍ତ ମହାପାତ୍ର,ବିଦେଶୀ ବାଡତ୍ଯା,ହରେକୃଷ୍ଣ ଶତପଥି, ସୁଧୀର କୁମାର ଦାସ,ନୀଳକଣ୍ଠ ନନ୍ଦ, କାଳୁ ଚରଣ ଗୌଡ଼,ମନୋଜ ପଟ୍ଟନାୟକ,ଶଙ୍କର ନାରାୟଣ ସେଠୀ,ପ୍ରଶାନ୍ତ ପଟ୍ଟନାୟକ, ରମେଶ୍ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ତୃତୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ଖଲ୍ଲିକୋଟ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷକ ନବୀନ ଚନ୍ଦ୍ର ପରମାଣିକ ଏବଂ ଅକ୍ଷରା ଫାଉଣ୍ଡେସନ୍ ସଦସ୍ୟ ଶିବରାମ ମହାରଣା ବିଭିନ୍ନ କ୍ଲଷ୍ଟର୍ କୁ ପରିଦର୍ଶନ କରିଥିଲେ I
Sign in
Sign in
Recover your password.
A password will be e-mailed to you.