ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସହକାରୀ ଉପ ବିଭାଗୀୟ ଅଧିକାରୀମାନେ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାର ଜିରାଙ୍ଗର ବୁଦ୍ଧିଷ୍ଠ ମନ୍ଦିର , ଖସଡ଼ା , ଗଣ୍ଡାହତୀ ଦର୍ଶନୀୟ ସ୍ଥାନ ବୁଲି ପରିଦର୍ଶନ କରିଥିଲେ।
ସେହିପରି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ସରକାରଙ୍କ ଦ୍ୱାରା ପ୍ରତିଫଳିତ ହେଉଥିବା ଜନ କଲ୍ୟାଣ ଯୋଜନା ଗୁଡିକ ମଧ୍ୟ ଦେଖି ଥିଲେ। ଏହି ପରିଭ୍ରମଣ ରେ ୫୦ ଜଣିଆ ସହକାରୀ ଉପ-ବିଭାଗୀୟ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରି ଗଜପତି ଜିଲ୍ଲା ସଂସ୍କୃତି , ପର୍ଯ୍ୟଟନ ଓ ଅନ୍ୟାନ୍ୟ ବିଷୟରେ ଜ୍ଞାନ ଆହରଣ କରିଥିଲେ। ପରିଭ୍ରମଣ ସମୟରେ ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଗାଇଡ କରିଥିଲେ।
ସେହିପରି ସମସ୍ତ ଟିମ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା , ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ରବି ନାରାୟଣ ବାରିକ ଓ ଶ୍ରୀ ତରୁଣ କୁମାର ବିଶ୍ଵାଳ , ଡେପୁଟି ସେକ୍ରେଟାରୀ ଗୃହ ବିଭାଗ ଓଡ଼ିଶା , ଡେପୁଟି କଲେକ୍ଟର ପାରଳାଖେମୁଣ୍ଡି ଶ୍ରୀମତୀ ସୁଚିଶ୍ମିତା ମାଝୀ , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ଲୀପିନା ଦାଶଙ୍କ ତ୍ଵତାବଧାନ ରେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.