ପଦ୍ମପୁର :- ସମଗ୍ର ଶିକ୍ଷା ବରଗଡ଼ ସୌଜନ୍ୟରୁ ଓ ରାଜବୋଡ଼ାସ
ମ୍ବର ବ୍ଲକ ଶିକ୍ଷା ଆନୁକୁଲ୍ୟରେ ଛାତ୍ରଛାତ୍ରୀଙ୍କର ବୈଜ୍ଞାନିକ ଓ ଆବିଷ୍କାର ମନୋବୃତ୍ତିକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସମ୍ପର୍କିତ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି।ଏହି ସଭାରେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ ସଭାପତିତ୍ବ କରିଥିବା ବେଳେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ,ସହ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଶିବ ପ୍ରସାଦ ଯୋଶୀ, ଶ୍ରୀଯୁକ୍ତ ରାମସିଂ ଭୋଇ ଓ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ମଞ୍ଚାସିନ ଥିଲେ। ଶ୍ରୀ ରାଜେଶ ଖମାରୀ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିବା ବେଳେ ଶ୍ରୀ ମାନସ ଶତପଥୀ, ସମସ୍ତ ସି ଆର ସି ସି, ବ୍ଲକ ଶିକ୍ଷାକାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ପ୍ରଭାତ ସାହୁ ଓ ଶ୍ରୀ ଭଗବାନ ତରାଇ ମଞ୍ଚ ଦାୟିତ୍ଵ ନିର୍ବାହ କରିଥିଲେ। ଏଥିରେ ତିନୋଟି ଗ୍ରୁପ ଯଥା ସବ୍ ଜୁନିଅର, ଜୁନିଅର ଓ ସିନିଅର ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା। ସମଗ୍ର ବ୍ଲକ୍ରୁ ୨୧୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଶ୍ରୀ ପଦ୍ମନାଭ ଯୋଶୀ ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ଶ୍ରୀ ରାମସିଂ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.