
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିଗତ ବର୍ଷ ଠିକ୍ ଆଜିର ଦିନରେ ଭାରତ ଚନ୍ଦ୍ରଯାନ-୨କୁ ଚନ୍ଦ୍ରପୃଷ୍ଠକୁ ସଫଳତାର ସହିତ ପଠାଇଥିଲା।ତେଣୁ ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ପ୍ରଥମ “ଜାତୀୟ ମହାକାଶ ଦିବସ” ଅବସରରେ ଏକ ଜାତୀୟ ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଆଇଆଇଟି ମାଡ୍ରାସ ଅଧ୍ୟାପକ ଡ. ଆର୍ଯ୍ୟସୌମ୍ୟାଜୁଲା ସୁଭ୍ରମନ୍ୟମ୍ ଯୋଗ ଦେଇଥିଲେ। ବିଶ୍ଵବିଦ୍ୟାଳୟ କୁଳପତି ଡ. ଏ.ଭି. ଏନ୍.ଏଲ୍ ଶର୍ମା, ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାର ଡ. ଏନ ଭି ଜଗନାଧା ରାଓ, ବିଶ୍ଵବିଦ୍ୟାଳୟର ପ୍ରୋ- ଚାନ୍ସେଲର ଡ. ଲଳିତ ମୋହନ ପଟ୍ଟନାୟକ, ସ୍କୁଲ ଅଫ ଇଞ୍ଜିିୟରିଂର ଡିନ ଅଧ୍ୟାପକ ଡ. ଏ ବି ଶ୍ରୀନିବାସ ରାଓ ଏବଂ ସମ୍ମିଳନୀ ସଂଯୋଜକ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ରାଘବେନ୍ଦ୍ର କୁମାର ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ମିଳନୀର ଆରମ୍ଭରେ ଡ. ଏ ବି ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ସମ୍ମିଳନୀରେ ପୁରାଣ ସହିତ କିପରି ବିଜ୍ଞାନ ଜଡ଼ିତ ହୋଇଅଛି, ଏବଂ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ କିପରି ଅବିରାମ ପ୍ରୟାସ କରାଯାଇ ସଫଳତା ପ୍ରାପ୍ତ ହୋଇଛି ସେ ବିଷୟରେ ମଞ୍ଚାସୀନ ବ୍ୟକ୍ତି ବିଶେଷ ଆଲୋକପାତ କରିଥିଲେ। ଏହି ସମ୍ମିଳନୀ ଅବସରରେ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ୱାଟରଟେଙ୍କ ହେକାଥନର କୃତି ପ୍ରତିଯୋଗୀଙ୍କୁ ଡ. ବିଦୁଶ କୁମାର ସାହୁ ଏବଂ ଶ୍ରୀ ସୁଧୀର ବାବୁ ପୁରସ୍କୃତ କରିଥିଲେ। ଶେଷରେ ଡ. ରାଘବେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।