ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ବାୟୋ ଇଣ୍ଡିଆ ରୋଡ-ଶୋ-୨୦୨୪ କାର୍ଯ୍ୟକ୍ରମ

2

ଗୁଣୁପୁର ୨୩.୦୮.୨୦୨୪ – ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ବାୟୋ ଇଣ୍ଡିଆ ରୋଡ-ଶୋ-୨୦୨୪ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି / ଶିକ୍ଷାନୁଷ୍ଠାନରେ ଉଦ୍ୟେଗୀକରଣ ନିମନ୍ତେ ରୂପାନ୍ତରୀକରଣ ଓ ଅନ୍ତଃ ବିଭାଗୀୟ ଗବେଷଣା ସମ୍ପର୍କରେ ଆୟୋଜିତ ଏହି କାଯ୍ୟକ୍ରମରେ ଭାରତ ସରକାରଙ୍କ ନୂଆଦିଲ୍ଲୀସ୍ଥିତ ଜୈବ ପ୍ରଦ୍ୟୋଜିକା ଉଦ୍ୟାଗ ଅନୁସନ୍ଧାନ ସହାୟତା ପରିଷଦର ଅଧିକାରୀ ଡ଼ଃ ହର୍ଷିତା ଭାବସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ଲୋବାଲ ବାୟୋ ଇଣ୍ଡିଆର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ / ମୁଖ୍ୟବ୍ୟକ୍ତା ଭାବେ ଭୁବନେଶ୍ୱର ସ୍ଥିତ ଜୈବ ବିଜ୍ଞାନ ସଂସ୍ଥା ଵାୟୋ ନେଷ୍ଟର ମୁଖ୍ୟ ଡ଼ଃ ନିବେଦିତା ଜେନା ଯୋଗ ଦେଇ ଛାତ୍ରଛାତ୍ରୀମାନେ ଗବେଷଣାରେ ଅଭିନବୀକରଣ ,ଆଵଶ୍ୟକତା ଏବଂ ନିଜକୁ କିପରି ଉଦ୍ୟେଗୀରେ ଗଢି ତୋଳିବା ଉପରେ ପରାମର୍ଶ ଦେଇଥିଲେ /ବିଶ୍ୱ ବିଦ୍ୟଳୟର କୁଳପତି ପ୍ରଫେସର ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଗବେଷଣା କରି ଏହା ସମାଜ ମଙ୍ଗଳ ନିମନ୍ତେ ଉପଯୋଗ କରିବା ଉପରେ କହିଥିଲେ /ସ୍କୁଲ ଅଫ ଇଂଜିନିରିଂ ର ଡିନ ଡ଼ ଏ ବି ଶ୍ରୀନିବାସ ରାଓ ମଞ୍ଚାସିନ ଥିଲେ /ଜୈବ ପ୍ରଯୁକ୍ତି ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ମନୋଜ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଇ -ୟୁଵାର ସଂଯୋଜକ ଡ଼ ସୁଦୀପ୍ତ ମାଈତି ଧନ୍ୟବାଦ ଅର୍ପଣ କରିଥିଲେ /ଏହି କାଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଆଇ ଏମ ଏମ ଟି ର ବରିଷ୍ଠ ବୈଜ୍ଞାନିକ ଡ଼ ଟି ପବନ କୁମାର , ମାନିସ୍ତୁ ପ୍ରାଇଭେଟ ଲିମିଟେଡ଼ର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତି ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ କିପରି ଉଦ୍ୟେଗୀପତି ହୋଇ ଅନ୍ୟ ମାନଙ୍କ ପାଇଁ କାର୍ଯ୍ୟ ସୃଷ୍ଟି କରିବା ନେଇ ଦିଗଦର୍ଶନ ଦେଇଥିଲେ /ଏଥିରେ ବିଭିନ୍ନ ବାୟୋଷ୍ଟାର୍ଟଅପ୍ ର ମୁଖ୍ୟ ଯଥା ଡ଼ ବିଜୟାନନ୍ଦ ପାଣିଗ୍ରାହୀ , ଡ଼ . ଗୀତାଞ୍ଜଳି ଅଗ୍ନିହୋତ୍ରା, ଶୁଭ୍ରଜିତ ସିଂ ରାଓ ନିଜର ଉଦ୍ୟୋଗର ସଫଳତା ଉପରେ ବର୍ଣ୍ଣନା କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଛାହିତ କରିଥିଲେ /ଏହି କାର୍ଯ୍ୟକ୍ରମରେ ବିଭାଗର ପ୍ରଫେସର , ଅଧ୍ୟାପକ ଅଧ୍ୟାପିକା , ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ / ୟୁବା ପ୍ରକଳ୍ପର ସହଯୋଗୀ ଘନିଷ୍ଟା ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.