ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ୧୦ ଦଫା ଦାବିରେ ରାଜ୍ୟର ସମସ୍ତ ନର୍ସିଂ କର୍ମଚାରୀ ଆସନ୍ତା ୨୭ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଗତ ୧୪ ତାରିଖରୁ ରାୟଗଡା ଜିଲ୍ଲା ଓ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ନର୍ସିଂ କର୍ମଚାରୀ ୭ ଦିନ କଳା ପଟି ପରିଧାନ କରି ପ୍ରତିବାଦ କରୁଛନ୍ତି। ବୁଧୁବାର ଦିନରୁ ଆନ୍ଦୋଳନ ଆରମ୍ଭ କରି ଚିକିତ୍ସାଳୟ ପ୍ରାଙ୍ଗଣରେ ଧାରଣା ଦେଇଥିଲେ। ଏଥିପାଇଁ ରୋଗୀ ସେବାରେ ବାଧାପ୍ରାପ୍ତ ହୋଇଥିଲା। ଯଦି ରାଜ୍ୟ ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ନ ନେଲେ, ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଚେତାବନୀ ଦେଇଛି ।
ଦାବି ଗୁଡିକ ମଧ୍ୟରେ ବରିଷ୍ଠ ନର୍ସିଂ ଅଫିସରଙ୍କ ୨୦୧୩ ପୂର୍ବରୁ ଛଅ ବର୍ଷ ଚୁକ୍ତିଭିତ୍ତିକ ଚାକିରି ସୀମାକୁ ମୂଳ ଚାକିରିରେ ମିଶାଇବା, ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି କରି ଉପଯୁକ୍ତ ପଦବି ଦେବା, ଡ୍ରେସ୍କୋଡ୍ ପରିବର୍ତ୍ତନ , ନର୍ସିଂ ଅଧିକାରୀଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦେବା, ଡ୍ରେସ୍ କୋଡ଼ ପରିବର୍ତ୍ତନ କରିବା ଏବଂ ନର୍ସିଂ ଅଧିକାରୀଙ୍କ ଛୁଟି ବାବଦରେ ଥିବା ଅସଙ୍ଗତିକୁ ଦୂର କରିବା ଆଦି ଦାବି ରହିଛି। ୪୦ ବର୍ଷ ପୂର୍ବରୁ ତିଆରି ହୋଇଥିବା ସଂଘର ପୁରୁଣା ସମ୍ବିଧାନରେ ଥିବା କିଛି ନିୟମ ସଂଶୋଧନ କରାଯିବ । ଏହି ନ୍ୟାର୍ଯ୍ୟ ଦାବିରେ ସମସ୍ତେ ସହଯୋଗ କରିବାକୁ ରାୟଗଡା ଜିଲ୍ଲା ନର୍ସିଂ ସଙ୍ଘର ସଭାପତି ଵିନୋଦନୀ ପଣ୍ଡା, ଉପ ସଭାପତି ଅନୁସୟା ନାୟକ,ସଂପାଦିକା ଶୁଭଶ୍ରୀ ସାହୁ, ଯୁଗ୍ମ ସଂପାଦିକା ଶ୍ରଦ୍ଧାଞ୍ଜଳି ସାହୁ,ସଂଘମିତ୍ରା ଲାଵଲା ପ୍ରମୁଖ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.