ଦୁର୍ଘଟଣାଗ୍ରସ୍ତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ, ଗଞ୍ଜାମ ସଡ଼କ ଦୁର୍ଘଟଣାର ତଦନ୍ତ ହେବ

5

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ଛକରେ ଆଜି ଭୋରରୁ ସଂଘଟିତ ସଡ଼କ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଭେଟିଛନ୍ତିା ମନ୍ତ୍ରୀ ଶ୍ରୀ ଜେନା ଚିକିତ୍ସିତମାନଙ୍କ ଗହଣରେ ପହଞ୍ଚି ସେମାନଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ ଏବଂ ଡାକ୍ତରମାନଙ୍କ ସହିତ କଥା ହୋଇଥିଲୋ ସେ ଆହତମାନଙ୍କ ଆଶୁ ଅରୋଗ୍ୟ କାମନା କରିଥିଲୋ

Imageଏପରି ଅଭାବନୀୟ ଘଟଣାରେ ୪ ଜଣ ମୃତୁ୍ୟବରଣ କରିଥିବାବେଳେ ୧୨ ଜଣ ଆହତ ହୋଇଥିବା କଥା ଦର୍ଶାଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ପ୍ରତି ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୨ ଲକ୍ଷ ଓ ଆହତମାନଙ୍କୁ ପ୍ରତ୍ୟେକ ଏକ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତିା ସଡ଼କ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିବା ସହିତ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ସବୁମତେ ପଦକ୍ଷେପ ନିଆଯିବ ବୋଲି କହିଥିଲୋ
Imageପରେ ମନ୍ତ୍ରୀ ଶ୍ରୀ ଜେନା ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲୋ ଜିଲ୍ଲା ପ୍ରଶାସନ ଆହତମାନଙ୍କୁ ସଂପୂର୍ଣ୍ଣ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ କହିଥିଲୋ ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ, ପରିବହନ ଓ ପୋଲିସ ବିଭାଗର ଅଧିକାରୀବୃନ୍ଦ ଉପସ୍ଥିତ ଥିଲୋ

Image

Leave A Reply

Your email address will not be published.