ପଦ୍ମପୁର:- ଗତକାଲି ଗାଧୋଇ ଯାଇଥିବା ସମୟରେ ନଈରେ ଭାସିଯାଇଥିଲେ ଜଣେ ବ୍ୟକ୍ତି। ପଦ୍ମପୁର ଥାନା ଡଙ୍ଗାଘାଟ ଗାଁର ଅଲେଖ ପାଣ୍ଡେ ନିକଟସ୍ଥ ଅଙ୍ଗନଦୀ କୁ ଗାଧୋଇ ଯାଇଥିବା ବେଳେ ପାଣିରେ ଭାସିଯାଇଥିବା ଅଭିଯୋଗ ହୋଇଥିଲା । ମିଳିଥିବା ଖବର ଅନୁସାରେ ଅଲେଖ ପାଣ୍ଡେ ନିଜ କାମ ସାରି ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ନିକଟସ୍ଥ ଅଙ୍ଗନଦୀ କୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ହଟାତ ପାଣି ବଢିଯିବାରୁ ସେ ସ୍ରୋତରେ ଭାସି ଯାଇଥିଲେ।ଏ ବିଷୟରେ ଖବର ପାଇ ପରିବାର ଲୋକ ପଦ୍ମପୁର ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିଲେ।ଘଟଣା ସ୍ଥଳରେ ପଦ୍ମପୁର ଅଗ୍ନିଶମ ବିଭାଗ ର ଟିମ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ, ବହୁ ଖୋଜିବା ପରେ ମଧ୍ୟାହ୍ନ ୧୨.୨୦ ଟା ସମୟରେ ଅଲେଖ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ।
Sign in
Sign in
Recover your password.
A password will be e-mailed to you.