ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଅଧିନସ୍ତ ଭଞ୍ଜନଗର ସ୍ଥିତ ଏକମାତ୍ର “କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ” ବୁଧବାର ବାର୍ଷିକ ଦିବସ ପାଳନ କରାଯାଇଛି।
ଉକ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ବିମଳ ଚନ୍ଦ୍ର ସ୍ମାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ, ସମ୍ମାନିତ ଅତିଥ୍ୟ ରୁପେ କଳିଙ୍ଗା ଜିଟିଟିସି ଅଧ୍ୟକ୍ଷ ଡ଼ ମନୋଜ କୁମାର ପ୍ରଧାନ, ଷ୍ଟୁଡେଣ୍ଟ କାଉନସିଲ ଉପଦେଷ୍ଟା ରୁପେ ଡ଼ ସତ୍ୟବାଦୀ ମାର୍ଥା, ସଭାପତି ଶିବୁ ପ୍ରସାଦ ସାହୁ, ଉପ ସଭାପତି ସିଲି ସାହୁ ଓ ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ଡ଼. କମ୍ବୁପାଣି ସାମନ୍ତ ମଞ୍ଚାସୀନ ଥିଲେ। କଲେଜ ଅଧ୍ୟକ୍ଷ ଡ଼.ବିମଳ ଚନ୍ଦ୍ର ସ୍ମାଇଁଙ୍କ ଉଦ୍ୟମରେ ଏଠାରେ ଜାତୀୟସ୍ତରରେ ସେମିନାର ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାନ “କ୍ରମାନୁ ସାରେ ଆୟୋଜନ ସମ୍ଭବ ହୋଇ ପାରିଛି। ଅଧ୍ୟକ୍ଷ ଡ଼. ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ | ସହକାରୀ ପ୍ରଫେସର ଡ଼ ଦିଲ୍ଲୀପ କୁମାର ଖୁଣ୍ଟିଆ ସଭା ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ଓ ସେମାନଙ୍କ ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ। ସିଲି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସହକାରା ପ୍ରଫେସର ଅମିତ ମିଶାଲ୍, ସସ୍ମିତା ବେହେରା, ପ୍ରଦୀପ କୁମାର ନାଯକ, ଡ.ଗଞ୍ଜନ କୁମାର ନାୟକ, ପ୍ରକାଶ କୁମାର ସାହୁ, ଶ୍ରୀହର୍ଷ ବାଲା, ଡେମୋନଷ୍ଟ୍ରେଟର ଲକ୍ଷ୍ମୀଧର ଗୌଡ଼, ସେକ୍ସନ ଅଫିସର ଜ୍ୟୋସ୍କା କର ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।