“ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତେ ଜାରି ହେଲା ସଂକଳ୍ପ ।

5

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ରାଜ୍ୟସ୍ତରୀୟ ପରିଚାଳନା କମିଟି ।

  •  ଭିଜନ ଡକ୍ୟୁମେଣ୍ଟରେ ପରିକଳ୍ପିତ ଲକ୍ଷ୍ୟ ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ (ସେକ୍ଟରାଲ ଗୃପ୍ସ )

  •  ବିଭିନ୍ନ ବର୍ଗର ବୁଦ୍ଧିଜୀବୀ , ନୀତି ନିର୍ଦ୍ଧାରକ ଓ ନେତୃବୃନ୍ଦଙ୍କ ଠାରୁ ନିଆଯିବ ମତାମତ।

ଭୁବନେଶ୍ୱର: ଏକ ଗୌରବମୟ ଇତିହାସର ଦାୟାଦ ଏବଂ ବିଶ୍ୱ ଦରବାରରେ ନିଜର ଅନନ୍ୟ ସାଂସ୍କୃତିକ ପରମ୍ପରା ପାଇଁ ଓଡ଼ିଶା ସୁପ୍ରସିଦ୍ଧ ।୨୦୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ଏବଂ ଭାରତର ବିକାଶ ଯାତ୍ରାରେ ନିଜର ସ୍ୱତନ୍ତ୍ର ପରିଚୟ ଓ ଅବଦାନର ଏକ ଶତାବ୍ଦୀ ପାଳନ କରିବାକୁ ଯାଉଛି ।ଏହି ପରିପ୍ରେକ୍ଷୀରେ ବିକଶିତ ଓଡ଼ିଶା @୨୦୩୬ ପାଇଁ ଏକ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିକା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।
ରାଜ୍ୟରଅନନ୍ୟ ଅନ୍ତର୍ନିହିତ ଶକ୍ତିକୁ ପୁଞ୍ଜି କରି ଆଗାମୀ ଦିନରେ ସମୁଖୀନ ହେବାକୁ ଥିବା ଆହ୍ୱାନ ଗୁଡିକର ମୁକାବିଲା ପାଇଁ “ବିକଶିତଭାରତ@୨୦୪୭ପାଇଁବିକଶିତଓଡ଼ିଶା@୨୦୩୬” ଶୀର୍ଷକ ଦସ୍ତାବିଜ ପ୍ରସ୍ତୁତି ନିମନ୍ତେ ଏକ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟଧାରା (ଭିଜନିଂ ଏକ୍ସରସାଇଜ) ହାତକୁ ନିଆଯାଉଛି ।
ବିକଶିତ ଓଡ଼ିଶା @୨୦୩୬ ପାଇଁ ପ୍ରସ୍ତୁତ ହେବାକୁ ଥିବା ଏହି ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିକା ବିକଶିତ ଭାରତ @୨୦୪୭ ର ଜାତୀୟ ଆକାଂକ୍ଷା ସହିତ ସଂଯୋଜିତ ହେବା ଆବଶ୍ୟକ। ବିକଶିତ ଭାରତ@୨୦୪୭ ର ମୂଳ ଦୃଷ୍ଟିକୋଣ ହେଉଛି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା, ଯାହା ନିରନ୍ତର ଅଭିବୃଦ୍ଧି, ବୈଷୟିକ ବିକାଶ ତଥା ସାମାଜିକ ଅନ୍ତର୍ଭୂକ୍ତିଦ୍ୱାରା ହିଁ ସମ୍ଭବ ହୋଇପାରିବ। ଏହି ପରିପ୍ରେକ୍ଷୀରେ “ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକ ଏକ ଭିଜନ ଡକ୍ୟୁମେଣ୍ଟ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଆବଶ୍ୟକୀୟ ଢାଞ୍ଚା ପ୍ରସ୍ତୁତ କରିବ।
ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ବିକାଶର ରାସ୍ତାରେ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ସଙ୍ଗେ ସଙ୍ଗେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ରଖି ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଓଡ଼ିଶା ସରକାର ସଂକଳ୍ପବଦ୍ଧ ।
ଏହି ପ୍ରକ୍ରିୟାକୁ ଆଗକୁ ନେବାପାଇଁ ଓଡ଼ିଶାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଥିବା ବେଳେ ସଦସ୍ୟ ଭାବରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଳ ସମ୍ପଦ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ,ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଇସ୍ପାତ ଏବଂ ଖଣି ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପର୍ଯ୍ୟଟନ ବିଭାଗଙ୍କ ସହିତ ଶିଳ୍ପ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବୃନ୍ଦ, ସ୍ୱାସ୍ଥ୍ୟଓ ପରିବାରକଲ୍ୟାଣବିଭାଗ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବମାନେ ସଦସ୍ୟ ରହିଛନ୍ତି । ଏହି କମିଟିରେ ଯୋଜନା ଓ ସଂଯୋଜନ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସଦସ୍ୟ ଆବାହକ ରହିଛନ୍ତି ।
ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାକୁ ପରିଚାଳନା କମିଟି ମାର୍ଗଦର୍ଶନ ପ୍ରଦାନ କରିବେ । କମିଟି ନିଜସ୍ୱ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବା ସହ ନିୟମିତ ବ୍ୟବଧାନରେ ବୈଠକକରିବା ସହ ଆବଶ୍ୟକତା ଅନୁଯାୟୀ ବିଶିଷ୍ଟ ନାଗରିକ, ପୂର୍ବତନ ମୁଖ୍ୟଶାସନ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ,ବୁଦ୍ଧିଜୀବୀ, ପ୍ରବାସୀ ଓଡ଼ିଆ ଏବଂ ବିଶେଷଜ୍ଞଙ୍କୁ ଏହି ବୈଠକରେ ଯୋଗଦେବାକୁ କମିଟି ନିମନ୍ତ୍ରଣ କରିପାରିବେ ।
“ବିକଶିତ ଭାରତ @୨୦୪୭ ପାଇଁ ବିକଶିତ ଓଡ଼ିଶା @୨୦୩୬” ଶୀର୍ଷକଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀ (ସେକ୍ଟରାଲ ଗୃପ) ବିଭିନ୍ନ ତଥ୍ୟ ଭିତ୍ତିକ ବିଶ୍ଳେଷଣ ଓ ପ୍ରମାଣ ଦ୍ବାରା ବିଭିନ୍ନ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର ସୁବିନିଯୋଗ ଓ ଆହ୍ୱାନସମୂହର ମୁକାବିଲା ପାଇଁ ପରିଚାଳନା କମିଟିକୁ ଆବଶ୍ୟକ ପରାମର୍ଶଦେବେ ।
ଏଥିପାଇଁ ୬ଟି ସଚିବସ୍ତରୀୟ କ୍ଷେତ୍ରୀୟଗୋଷ୍ଠୀ କାର୍ଯ୍ୟକରିବ । ସେଗୁଡ଼ିକ ହେଲା- ସଚିବସ୍ତରୀୟ କ୍ଷେତ୍ରୀୟଗୋଷ୍ଠୀ- (୧) ‘ଅର୍ଥନୀତି, ଶିଳ୍ପ ଏବଂ ଭିତ୍ତିଭୂମି’ ସମ୍ବନ୍ଧୀୟ(୨) ‘ସାମାଜିକ ଏବଂ ମାନବ ବିକାଶ’ (୩) ‘ସଂସ୍କୃତିଓଐତିହ୍ୟ’(୪) ‘ପ୍ରଯୁକ୍ତି ଏବଂ ନବସୃଜନ’ (୫) ‘ସୁଶାସନ’ଏବଂ (୬ ) ‘ଗ୍ରାମୀଣ ରୂପାନ୍ତରଣ ।
ଏହି ସମସ୍ତ କ୍ଷେତ୍ରୀୟ ଗୋଷ୍ଠୀ ନିଜ କ୍ଷେତ୍ରରେ ଥିବା ଆହ୍ୱାନଗୁଡିକର ବିଶ୍ଳେଷଣ କରିବେ ଏବଂ ଭିଜନ ଡକ୍ୟୁମେଣ୍ଟରେ ପରିକଳ୍ପିତ ଲକ୍ଷ୍ୟ ହାସଲ କରିବାପାଇଁ ରଣନୀତି ପ୍ରସ୍ତୁତ କରିବେ। ତତ୍ ସହିତ ପ୍ରତ୍ୟେକ କ୍ଷେତ୍ରୀୟ ଗୋଷ୍ଠୀ ନିଜ ନିଜର ନିର୍ଦ୍ଦିଷ୍ଟ କ୍ଷେତ୍ର ନିମନ୍ତେ ପ୍ରସ୍ତାବିତ ପରିକଳ୍ପିତ ଲକ୍ଷ୍ୟହାସଲ ପାଇଁ (ଏକ ମାର୍ଗଦର୍ଶିକା ( ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବେ। ପ୍ରତ୍ୟେକ କ୍ଷେତ୍ରୀୟ ଗୋଷ୍ଠୀ ନିଜ ନିଜ କ୍ଷେତ୍ରର ପ୍ରସ୍ତୁତି ପ୍ରକ୍ରିୟା ଶେଷକରି ସେମାନଙ୍କର ବିବରଣୀକୁ ଏହି ସଂକଳ୍ପ ଜାରି ହେବାର ୪ମାସ ମଧ୍ୟରେ ଦାଖଲ କରିବେ।
ଯୋଜନା ଏବଂ ସଂଯୋଜନ ବିଭାଗ,ଗଠିତ ପରିଚାଳନା କମିଟିଏବଂ ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀମାନଙ୍କୁ ଆବଶ୍ୟକୀୟ କାର୍ଯ୍ୟକାରିତା ସହଯୋଗ ପ୍ରଦାନ କରିବ।

Leave A Reply

Your email address will not be published.