ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ରକ୍ଷା ବନ୍ଧନ l

6

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ :  ରାଖୀ ପୂର୍ଣିମା ସରକାରୀ କାର୍ଯ୍ୟାଳୟ ଗୁଡିକ ଛୁଟି ଥିବା ଯୋଗୁଁ ଆଜି ନବରଙ୍ଗପୁର ଓମ୍ ଶାନ୍ତି ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ର ଭାଇ ଓ ଭଉଣୀ ମାନଙ୍କ ଦ୍ଵାରା ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ରାଖୀ ପୁର୍ଣିମା ଏପରି ଏକ ପର୍ବ ଗୋଟିଏ ସୂତ୍ରରେ ବାନ୍ଧି ରଖେ ଭାଇ ଓ ଭଉଣୀ ର ପବିତ୍ର ସମ୍ପର୍କ କୁ l ଭଉଣୀ ଟିଏ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ନିଜର ସୁରକ୍ଷା ପାଇଁ l ଭାଇ ମଧ୍ଯ ଭଉଣୀ ର ସୁରକ୍ଷା ଦେଇଥାଏ l ଏହି ରକ୍ଷା ବନ୍ଧନ ଉତ୍ସବ ବହୁ ପୁରାତନ l ସେହିପରି ନବରଙ୍ଗପୁର ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ର ଭାଇ ଅଭିଜିତ ଜେନା ବ୍ରହ୍ମ କୁମାରୀ ଗୀତା, ରୂଚି ଏବଂ ସନ୍ଧ୍ଯା ଜିଲ୍ଲା କାର୍ଯ୍ୟାଳୟ ର ଅଶୋକ ମେହେଟ୍ଟା ସଭା ଗୃହରେ ପହଞ୍ଚି ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କ ବିଷୟରେ ଆଲୋକପାତ କରିବା ସହିତ ଭଉଣୀ ମାନଙ୍କୁ ସଦାସର୍ବଦା ସୁରକ୍ଷା ପ୍ରଦାନ ନିମନ୍ତେ ଶପଥପାଠ କରାଇଥିଲେ l ତାହା ସହିତ କାର୍ଯ୍ୟ ସ୍ଥଳୀରେ ଚାପଗ୍ରସ୍ତ ନ ହୋଇ କିପରି ଚାପମୁକ୍ତ ରହି କାର୍ଯ୍ୟ କରିହେବ, ସେହି ବିଷୟରେ ପ୍ରେରଣା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.