‘ଆକାଂକ୍ଷା” ସାହିତ୍ୟ ସମାଜକୁ ସାହିତ୍ୟ ସଙ୍ଗଠନ ସମ୍ମାନ

6

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଞ୍ଜାମ କବିତା ଘର ଲିଟେରାରୀ ଟ୍ରଷ୍ଟ , ବଂଶଧାରା ପାଠାଗାର କାଶୀନଗର ସାହିତ୍ୟ ଏବଂ ଜ୍ଞାନ ଜ୍ୟୋତି ଚ୍ୟାରି ଟେବଲ ଟ୍ରଷ୍ଟ , କରଞ୍ଜିଆ ଆନୁକୁଲ୍ୟରେ କାଶୀନଗର ସାହିତ୍ୟ ଉତ୍ସବ – ୨୦୨୪ କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ରେ ଟ୍ରଷ୍ଟ ଅଧ୍ୟକ୍ଷ ତଥା ବାରଣାସୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।
ଏହି ମହୋତ୍ସବରେ ଗଞ୍ଜାମ , ଗଜପତି , ଫୁଲବାଣୀ , ବୌଦ୍ଧ , ବାଲେଶ୍ଵର , ଗୁଣପୁର , ପାରଳାଖେମୁଣ୍ଡି , କାଶୀନଗର ବିଶିଷ୍ଟ ସାହିତ୍ୟିକ , ସାହିତ୍ୟ ପ୍ରେମୀ , କବି ଲେଖକ ବୃନ୍ଦ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି କାର୍ଯ୍ୟକ୍ରମର କୁ ଉଦଘାଟନ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ ର ଉପସଭାପତି ଙ୍କ ସମେତ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଏମ୍. ସୁଧାରାଣୀ , ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ବାଲା ସାଇଆମା , ବଂଶଧାରା ପାଠାଗାର ସଭାପତି ତଥା ସମାଜସେବୀ ହୃଷିକେଶ ଗୌଡ଼ , ଅବସରପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ ରବୀନ୍ଦ୍ର କୁମାର ମଲ୍ଲିକ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେଶନ ରେ ଓଡିଆ ଭାଷା ସାହିତ୍ୟ ସଂପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲେ। ବିଶିଷ୍ଟ ଆଲୋଚକ କବି ବିରଜା ବଳ , ପ୍ରାକ୍ତନ ଜିଲ୍ଲା ଶିକ୍ଷା ଅଧିକାରୀ ବୌଦ୍ଧ ଉଦୟନାଥ ମାଝୀ , କେନ୍ଦ୍ରୀୟ ସାହିତ୍ୟ ସମ୍ମାନ ପ୍ରାପ୍ତ ପ୍ରାବନ୍ଧିକ ତଥା ଉପ ଆରକ୍ଷୀ ଅଧିକ୍ଷକ , ଗଜପତି ଚନ୍ଦ୍ର ଶେଖର ହୋତା ତଥା ଚକ୍ଷୁ ବିଶେଷକ୍ଷ ତଥା ଗଞ୍ଜାମ କବିତା ଘର ସଭାପତି ଡ଼ଃ ରାଜେନ୍ଦ୍ର କୁମାର ବେହେରା , ସାହିତ୍ୟିକ ଶ୍ରୀ ବିଦେଶୀ ନାୟକ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଗୁଣପୁର ଅଞ୍ଚଳରେ ଓଡ଼ିଆ ସାହିତ୍ୟକୁ ଉଜ୍ଜୀବିତ ରଖିଥିବା ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ବଂଶଧାରା ସାହିତ୍ୟ ସମାଜକୁ ସମ୍ବର୍ଦ୍ଧିତ କରାଯାଇଥିଲା , ତତ୍ ସଙ୍ଗେ ସଙ୍ଗେ ପାଠାଗାର କାଶିନଗର ଏବଂ ”ଆକାଂକ୍ଷା” ମହିଳା ସଙ୍ଗଠନ , ପାରଳାଖେମୁଣ୍ଡି ଙ୍କୁ ସାହିତ୍ୟ ସଙ୍ଗଠନ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ସ୍ବର୍ଗତ ବଳରାମ ପାତ୍ର ସ୍ମୃତି ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା।
ତୃତୀୟ ଅଧିବେଶନ ରେ ଆୟୋଜିତ କବିତା ଆସରରେ ବଂଶଧାରା ସାହିତ୍ୟ ସମାଜ ଗୁଣପୁରର ସଭାପତି ପ୍ରଭାତ କୁମାର ଶତପଥୀ , ସଂପାଦକ ରମେଶ ଚନ୍ଦ୍ର ମିଶ୍ର ଅତିଥି ଭାବେ ମଞ୍ଚାସୀନ ଥିବା ବେଳେ ସଂଯୋଜନା ପାଇଁ ଗୁଣପୁର ର ସୁନାମଧ‌ନ୍ୟା ସଂଯୋଜିକା ବେବିରାଣୀ ନନ୍ଦ , ମିନା କୁମାରୀ ଟହଲ ସଂପାଦିକା ”ଆକାଂକ୍ଷା” ସାହିତ୍ୟ ସଂସଦ ପାରଳାଖେମୁଣ୍ଡି ଏବଂ ଜୟନ୍ତୀ ବେହେରା , ଶିକ୍ଷକ ପ୍ରଶିକ୍ଷକ ଖଲ୍ଲିକୋଟ ମଞ୍ଚାସୀନ ଥିଲେ। ଉପସ୍ଥିତ କବି କବୟିତ୍ରୀ ଙ୍କ ସମେତ ପାରଳାଖେମୁଣ୍ଡି ର ”ଆକାଂକ୍ଷା” ମହିଳା ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା କୁମାରୀ ମିଶ୍ର , ଶ୍ରୀ ମନୋଜ କୁମାର ପଣ୍ଡା , ଶ୍ରୀ ଈଶାନ ଚାନ୍ଦ ଓଁକାର , ଶ୍ରୀମତି ବବିତା ପୁରୋହିତ , ଲକ୍ଷ୍ମୀ ଆମ୍ମା ଚିନ୍ତଡା , ଲିପ୍ସା ରାଣୀ ଓଁକାର ଉପସ୍ଥିତ ରହି ସ୍ବରଚିତ କବିତା ପାଠ କରିବା ସହିତ ଏହି ସମସ୍ତ କବିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ବଂଶଧାରା ପାଠାଗାରର ସଭାପତି ହୃଷିକେଶ ଗୌଡ଼ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଭାଗିରଥି ବେହେରା , ଶ୍ରୀମତୀ ଜୟନ୍ତୀ ବେହେରା ଓ ହୃଷିକେଶ ଗୌଡ଼ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.