ବାଲେଶ୍ବର ଖଇରା /ବୁଲୁ ଲେଙ୍କା /ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାଇ ଭଉଣୀ ଓ ସଦଭାବନାର ଏହି ପବିତ୍ର ପର୍ବ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଯାଇଅଛି ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକ୍ ର ଡଗରପଡା ବିବେକ ଭାରତୀ ସେବାଶ୍ରମ ରେ କୁନି କୁନି ପିଲା ମାନଙ୍କ ହାତରେ ରାକ୍ଷୀ ବାନ୍ଧି, ନୂତନ ବସ୍ତ୍ର , ଖାତା, ପେନ୍ ଓ ଖେଳ ସାମଗ୍ରୀ ଦେବା ସହିତ ପିଲାମାନଙ୍କ ସହିତ ଭୋଜନ କଲେ ଯୁବନେତା ତଥା ରାଜ୍ୟ ଯୁମୋର୍ଚ୍ଚା କୋଷାଧ୍ୟକ୍ଷ ଇଂ. ରାଜେଶ ମହାକୁଡ, ସମାଜ ସେବୀ ରାମ ଚନ୍ଦ୍ର ମହାକୁଡ , ଆଶ୍ରମ ର ପ୍ରଧାନ, ଗୁରୁଜୀ , ଗୁରୁମା , ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ନୃଷିହ ସିଂ, ସଂପାଦକ ଦୀପକ ବେଜ୍ ଓ ବହୁ ଯୁବକ ଯୁବତୀ ବୁଦ୍ଧିଜୀବୀ ସାମିଲ ହୋଇଥିଲେ l
