ପାଇକମାଲ ବ୍ଲକର ବିକାଶ ଗତିକୁ ସୁନିଶ୍ଚିତ କରିବା ପାଇଁ ସାଂସଦ ଓ ବିଧାୟିକା ପ୍ରୟାସ କରିବେ :- ଉପାଧକ୍ଷ
ବରଗଡ ;- ଆଜି ପାଇକମାଲ ବ୍ଲକ ସଭାଗୃହ ରେ ପାଇକମାଲ ପଂଚାୟତ ସମିତି ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସାଧାରଣ ନିର୍ବାଚନ ପରେ ଆୟୋଜିତ ହୋଇଥିବା ଏହି ବୈଠକ ରେ ବରଗଡ଼ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଓ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବାରିହା ଯୋଗ ଦେଇଥିଲେ ।
ଏହି ବୈଠକରେ ପାଇକମାଲ ବ୍ଲକ ବିଭିନ୍ନ ସମସ୍ୟା ଓ ଉନ୍ନୟନ ମୂଳକ କାର୍ୟ୍ଯ ଉପରେ ବିସ୍ତୃତ ଆଲୋଚନା ହେବା ସହିତ ପୂର୍ବ ବୈଠକ ରେ ହୋଇଥିବା ନିର୍ଣ୍ଣୟ ଉପରେ ଆଲୋଚନା କରାଯାଇଥିଲା । ପଂଚାୟତସ୍ତରୀୟ ପ୍ରତିନିଧି ମାନଙ୍କ ଦ୍ୱାରା ସରକାରି ଅଧିକାରୀ ମାନଙ୍କ ଅନେକ ପ୍ରଶ୍ନ କରାଯାଇଥିବା ବେଳେ ଅଧିକାରୀ ମାନେ ଉତ୍ତର ରଖିଥିଲେ । ଅନେକ ଅଧିକାରୀ ମାନଙ୍କ ଉତ୍ତରରେ ଅନେକ ସରପଞ୍ଚ ଓ ସମିତି ସଭ୍ୟ ସନ୍ତୁଷ୍ଟ ଥିବା ବେଳେ ଅନେକ ଖୋଲାଖୋଲି ଭାବରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ବୈଠକ ରେ ଉପସ୍ଥିତ ସମସ୍ତ ଲୋକ ପ୍ରତିନିଧି ମାନଙ୍କ ପ୍ରଥମ ଦାଇତ୍ୱ ଓ କର୍ତବ୍ୟ ହେଲା ଲୋକଙ୍କ ଓ ଅଂଚଳର ବିକାଶ କୁ ସୁନିଶ୍ଚିତ କରିବା । ତେଣୁ ଏହି ବୈଠକ ରେ ସମସ୍ତ 22 ଗୋଟି ପଞ୍ଚାୟତ ର ପ୍ରତିନିଧି ମାନଙ୍କୁ କହିବା ପାଇଁ ଯଥେଷ୍ଟ ସମୟ ଓ ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି ବିଧାୟିକା କହିଥିଲେ । ଏହା ସହିତ , ବର୍ତ୍ତମାନ ପାଇକମାଲ ବ୍ଲକ ପାଇଁ ଗୌରବ ଓ ଗର୍ବ ର ବିଷୟ ଯେ ପ୍ରଥମ ଥର ପାଇଁ ପାଇକମାଲ ବ୍ଲକ ରୁ ଉଭୟ ସାଂସଦ ଓ ବିଧାୟିକା ପ୍ରତିନିଧିତ୍ଵ କରୁଛନ୍ତି ତେଣୁ ଉଭୟ ପାଇକମାଲର ବିକାଶ ସ୍ୱତନ୍ତ୍ର ଭାବରେ କ୍ଷିପ୍ର ଗତି ପ୍ରଦାନ କରିବା ପାଇଁ ପ୍ରୟାସ କରିବେ ବୋଲି ପଞ୍ଚାୟତ ସମିତି ଉପାଧକ୍ଷ ସାଂସଦ ଓ ବିଧାୟିକା ଙ୍କୁ ଅନୁରୋଧ କରିଥିଲେ । ବୈଠକ ରେ ଅନେକ ସମସ୍ୟା କୁ ନେଇ ମଝି ମଝିରେ ଉତ୍ତେଜନା ଦେଖିବାକୁ ମିଳିଥିଲା |
ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକକୁ ପାଇକମାଲ ବିଡ଼ିଓ ଶ୍ରୀ ପ୍ରଫୁଲ କୁମାର ଅଦୁ ପରିଚାଳନା କରିଥିବା ବେଳେ ବ୍ଲକ ର ସମସ୍ତ ସରପଞ୍ଚ , ସମିତି ସଭ୍ୟ , ଜିଲ୍ଲା ପରିଷଦ ସଭ୍ୟଗଣ , , ଅବକାରୀ ଓ ରାଜସ୍ୱ ବିଭାଗ ବ୍ୟତୀତ ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ରହି ଲୋକ ପ୍ରତିନିଧି ମାନଙ୍କର ପ୍ରଶ୍ନର ଉତ୍ତର ରଖିଥିଲେ ।