ରପ୍ତାନୀରେ ଉତ୍କର୍ଷତା ପାଇଁ ଇଇପିସି ଦ୍ୱାରା ଇମ୍ଫା ୨ଟି ପୁରସ୍କାରରେ ସମ୍ମାନିତ

6

ଭୁବନେଶ୍ୱର, ଅଗଷ୍ଟ ୨୦, ୨୦୨୪: ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ (ଇମ୍ଫା) କୁ ୨୦୧୯-୨୦ ଏବଂ ୨୦୨୦-୨୧ ବିତ୍ତୀୟ ବର୍ଷରେ ବୃହତ୍ତ ଉଦ୍ୟୋଗ ବର୍ଗରେ ରପ୍ତାନୀରେ ଉତ୍କର୍ଷତା ପାଇଁ ମର୍ଯ୍ୟାଦାଜନକ ଇଇପିସି ଇଣ୍ଡିଆ ଇଷ୍ଟର୍ଣ୍ଣ ରିଜିୟନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋଲକାତାଠାରେ ନିକଟରେ ଆୟୋଜିତ ଏହି ସମାରୋହର ୩୮ ଓ ୩୯ତମ ସଂସ୍କରଣରେ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଭାରତର ଇଞ୍ଜିନିୟରିଂ ରପ୍ତାନୀ ପ୍ରୋତ୍ସାହନ ପରିଷଦ (ଇଇପିସି), ପକ୍ଷରୁ ଆୟୋଜିତ ଏହି ପୁରସ୍କାର ସମାରୋହରେ ରପ୍ତାନୀରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଭାରତର ଇଞ୍ଜିନିୟରିଂ ରପ୍ତାନୀ ଉଦ୍ୟୋଗରେ ମହତ୍ୱପୂର୍ଣ୍ଣ ଯୋଗଦାନ ନିମନ୍ତେ ସମ୍ମାନିତ କରାଯାଇଥାଏ । ଏହି ପୁରସ୍କାର ଗୁଣବତ୍ତା, ନବସୃଜନ ଏବଂ ଗ୍ରାହକ ସନ୍ତୁଷ୍ଟି ପାଇଁ ଇମ୍ଫା କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଉଥିବା ନିରନ୍ତର ଉଦ୍ୟମକୁ ପ୍ରତିଫଳିତ କରୁଛି ।

ଏହି ପୁରସ୍କାର ସମାରୋହରେ ପଶ୍ଚିମବଙ୍ଗ ସରକାରଙ୍କ ଶିଳ୍ପ, ବାଣିଜ୍ୟ ଓ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡଃ ଶଶି ପାଞ୍ଜା ମୁଖ୍ୟ ଅତିଥି ରୂେ ଯୋଗ ଦେଇ ଇମ୍ଫାକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି । ୨୦୧୯-୨୦ ଏବଂ ୨୦୨୦-୨୧ ବିତ୍ତୀୟ ବର୍ଷରେ କୋରିଆ, ଜାପାନ ଏବଂ ତାଇୱାନ୍ ସମେତ ଦକ୍ଷିଣ-ପୂର୍ବ ଏସିଆରେ ଫେରୋକ୍ରୋମ୍ ରପ୍ତାନୀର ଅସାଧାରଣ ପ୍ରଦର୍ଶନ ପାଇଁ ଇମ୍ଫାକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ମହାମାରୀ ପରେ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲା କରି ଏହି ସଫଳତା ଆଣିବା ଏକ ବିଶେଷ ଉପଲବ୍ଧି । ମୋଟ ଉତ୍ପାଦନର ୯୦ ପ୍ରତିଶତ ରପ୍ତାନୀ ସହିତ ଇମ୍ଫା ପକ୍ଷରୁ ରପ୍ତାନୀ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଭାରତର ଇଞ୍ଜିନିୟରିଂ ରପ୍ତାନୀ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ କମ୍ପାନୀକୁ ବୃହତ୍ତ, ମଧ୍ୟମ, କ୍ଷୁଦ୍ର, ଲଘୁ ଏବଂ ବାଣିଜ୍ୟ ଭଳି ୫ଟି ବର୍ଗରେ ପୁରସ୍କୃତ କରାଯାଇଛି ।

ଇଞ୍ଜିନିୟରିଂ କ୍ଷେତ୍ରରେ ବାଣିଜ୍ୟ ଓ ପୁଞ୍ଜିବିନିଯୋଗକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟ କରୁଥିବା ଇଇପିସି ଇଣ୍ଡିଆକୁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରାୟୋଜିତ କରାଯାଉଛି । ୧୯୫୫ ମସିହାରେ ପ୍ରତିଷ୍ଠିତ ଇଇପିସି ଇଣ୍ଡିଆରେ ୧୨,୦୦୦ ସଦସ୍ୟ ଅଛନ୍ତି, ଯେଉଁଥିରୁ ୬୦ ପ୍ରତିଶତ କ୍ଷୁଦ୍ର ଏବଂ ମଧ୍ୟମ ଧରଣ ଉଦ୍ୟୋଗକୁ ପ୍ରତିନିଧିତ୍ୱ କରୁଛନ୍ତି । ଇଞ୍ଜିନିୟରିଂ ଏବଂ ନିର୍ମାଣ କ୍ଷେତ୍ରରେ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ଭାରତୀୟ କମ୍ପାନୀକୁ ସମ୍ମାନିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହା ଭାରତର ସରକାର ଓ ଇଞ୍ଜିନିୟରିଂ କ୍ଷେତ୍ର ମଧ୍ୟରେ ସେତୁ ରୂେ କାର୍ଯ୍ୟ କରିବା ସହିତ ଏକ ପରାମର୍ଶଦାତା ସଂସ୍ଥା ରୂେ ନୀତିଗତ ନିଷ୍ପତ୍ତି ନେବାରେ ସକ୍ରିୟ ଯୋଗଦାନ କରିଥାଏ ।

 

Leave A Reply

Your email address will not be published.