ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ପାଳିତ

5

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ବହୁ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପରସ୍ପରକୁ ରକ୍ଷାସୂତ୍ରର ପ୍ରତୀକ ରାକ୍ଷୀ ବାନ୍ଧି ଶୁଭକାମନା ମନାସିଛନ୍ତି।
ପରେ ଛାତ୍ରଛାତ୍ରୀ ମାନେ ସହରରେ ଥିବା ସରକାରୀ କାର୍ଯ୍ୟାଳୟଶ, ବିଶିଷ୍ଟ ବ୍ୟକ୍ତି , ବିଭିନ୍ନ ବସ୍ତି ଯଥା ସୁବାସ ନଗର , ମେଦିରି ସାହି , କଣ୍ଡରା ସାହି , ଉପ-କାରାଗାର ଅନ୍ତେଃବାସୀ , ଶ୍ରୀ ଜଗନ୍ନାଥ ନିକେତନ ପ୍ରଭୃତି ସ୍ଥାନକୁ ଯାଇ ରାକ୍ଷୀ ବାନ୍ଧି ସାମାଜିକ ସମରସତା ଓ ଭାଇଚାରାର ସନ୍ଦେଶ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ନେତୃତ୍ୱରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା।

Leave A Reply

Your email address will not be published.