ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଟାଉନ୍ ହଲ୍ ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ଗଠନ ନିମନ୍ତେ ଏକ ସଧାରଣ ବୈଠକ ବରିଷ୍ଠ ସଦସ୍ୟ ବିଶ୍ଵକେଶନ ଦୋରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଅତିଥି ଭାବେ ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିବା ସହିତ ବରିଷ୍ଠ ନାଗରିକ ମାନଙ୍କ ଆଶୀର୍ବାଦ କାମନା କରି ବରିଷ୍ଠ ନାଗରିକ ସଂଘ କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ନବୀନ ଚନ୍ଦ୍ର ପାଢୀ, ଗୌନ୍ତିଆ କୁମାର ସାହୁ ଙ୍କ ସମେତ ବରିଷ୍ଠ ନାଗରିକ ମାନେ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହା ପରେ ପରେ ବରିଷ୍ଠ ନାଗରିକ ସଂଘ ର କାର୍ଯ୍ୟ ନିର୍ବାହୀ କମିଟୀ ସମସ୍ତଙ୍କର ସହମତି ରେ ମନୋନୟନ କରଯାଇଥିଲା। ଉକ୍ତ କମିଟୀ ରେ ସଭାପତି ଭାବେ ଜୟ ନାରାୟଣ ତ୍ରିପାଠୀ, ଉପ – ସଭାପତି ଭାବରେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଏବଂ ଭରତ ଚନ୍ଦ୍ର ସାହୁ, ସମ୍ପାଦକ ପୁରନ୍ଦର ଦୋରା,ସହ – ସମ୍ପାଦକ ସନ୍ତୋଷ କୁମାର ମହାନ୍ତି, ପ୍ରୀତି ରଞ୍ଜନ ପ୍ରଧାନ ଏବଂ ନବ କିଶୋର ସାହୁ, ସଂଗଠନ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସାଂସ୍କୃତିକ ସମ୍ପାଦକ ନିରୋଜ ଦୋରା, ପ୍ରକଳ୍ପ ସଂଗଠକ ତଥା ଗ୍ରାନ୍ଥଗାରିକ ଶେଷଦେବ ମେହେର, କୋଷାଧକ୍ଷ ଜିତେନ୍ଦ୍ର ଦାସ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ସତ୍ୟନାରାୟଣ ତ୍ରିପାଠୀ, ବାସୁଦେବ ଦୋରା, ସହଦେବ ନାୟକ, ରାଜ କିଶୋର ଯୋଶୀ, ରବିନାରାୟଣ ଦୋରା, ବିଦ୍ୟାଧର ଦାସ, ବିବେକାନନ୍ଦ ମହାପାତ୍ର, ଦୈତାରୀ ସ୍ଵାଇଁ, ଶାନ୍ତନୁ ପାଣିଗ୍ରାହୀ, ଶେଖ୍ ଆକବର ଏବଂ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବରେ ବିଶ୍ଵକେଶନ ଦୋରା, ରାସ ବିହାରୀ ତ୍ରିପାଠୀ, ଗୌନ୍ତିଆ କୁମାର ସାହୁ, ଲଲିତ ମୋହନ ପାଣିଗ୍ରାହୀ, ଡଃ ଜୟକୃଷ୍ଣ ପଟେଲ, ରାଧା ମାଧବ ଦୋରା, ଜିତେନ୍ଦ୍ର ନାଥ ଗୁରୁ ଏବଂ ଡଃ ଅର୍ଜୁନ କୁମାର ଦେବତା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। କାର୍ଯ୍ୟକରୀ କମିଟୀର ଆଗାମୀ ବୈଠକ ତା. ୨୧/୦୮/୨୦୨୪ ବୁଧବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ଶିଶୁ ଉଦ୍ୟାନ ଠାରେ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଯାଇଛି। ସଭା ଶେଷରେ ସାଙ୍ଗଠନିକ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.