ଉତ୍କଳ ଆଲୁମିନା ପକ୍ଷରୁ କାଶୀପୁର ବ୍ଲକରେ ସ୍ୱାସ୍ଥ୍ୟ କର୍ମଶାଳା ଆୟୋଜିତ

6

ଟିକିରି/ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ପକ୍ଷରୁ ୨୦୨୪ ଅଗଷ୍ଟ ୧୪ ତାରିଖରେ କାଶୀପୁର ବ୍ଲକ୍‍ ଅଫିସଠାରେ ଏକ ପୂର୍ଣ୍ଣାଙ୍ଗ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ କର୍ମଶାଳା ଆୟୋଜିତ ହୋଇଯାଇଛି ଯେଉଁଥିରେ ଡାଇରିଆ ଏବଂ ସିକଲ ସେଲ୍‍ ଆନେମିଆ ସମେତ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ଉପରେ ଦୃଷ୍ଟିନିବଦ୍ଧ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ ବ୍ୟାପକ ଦୃଷ୍ଟି ଆକର୍ଷଣ କରିବା ସହିତ ଏଥିରେ ବିପୁଳ ସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।
Imageକର୍ମଶାଳାରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ତାଙ୍କ ସହିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଏବଂ କାଶୀପୁରର ବ୍ଲକ କାର୍ଯ୍ୟକ୍ରମ ମ୍ୟାନେଜର (ବିପିଏମ୍‍) ପ୍ରମୁଖ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ଥିଲେ ।
ଆଶା ମ୍ୟାନେଜର ମୁଖ୍ୟ ସାଧନ ବ୍ୟକ୍ତି ଭାବରେ ଯୋଗଦେଇ ସମୁଦାୟ କର୍ମଶାଳା ଅବସରରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ଏବଂ ମାର୍ଗଦର୍ଶନ ଯୋଗାଇ ଦେଇଥିଲେ । ଏକ ବହୁମୂଲ୍ୟ କାର୍ଯ୍ୟକ୍ରମ ଭାବରେ ଏହି ଅବସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ମଧ୍ୟ ପାଳନ କରାଯାଇଥିଲା, ଯେଉଁଥିରେ ଶିଶୁ ସ୍ୱାସ୍ଥ୍ୟ ଓ ବିକାଶ ନିମନ୍ତେ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା ।
Imageଏହି କାର୍ଯ୍ୟକ୍ରମକୁ କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ (ସିଏସ୍‍ଆର) ଟିମ୍‍ ଏବଂ ଆମର ଏନଜିଓ ସହଭାଗୀ, ପିଭିଓ ସମର୍ଥନ ଯୋଗାଇ ଦେଇଥିଲେ, ଯେଉଁମାନେ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ତାହାର ରୂପାୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
କର୍ମଶାଳାରେ ତିନିଟି ଗ୍ରାମପଞ୍ଚାୟତରୁ ୮୦ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ, ଯାହା ସ୍ୱାସ୍ଥ୍ୟ ସଚେତନତା ଏବଂ ଅଭ୍ୟାସରେ ବୃଦ୍ଧି ଘଟାଇବା ନିମନ୍ତେ ଗୋଷ୍ଠୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା ।
ଏହି କାର୍ଯ୍ୟକ୍ରମ ଜନସ୍ୱାସ୍ଥ୍ୟ ଆହ୍ୱାନଗୁଡିକ ପ୍ରତି ଦୃଷ୍ଟିଦେବା ଏବଂ ଉକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା ।

Leave A Reply

Your email address will not be published.