ସେଲିବ୍ରେସନ୍ସ ଲାଇଭ୍‌ ଇଭେଣ୍ଟକୁ ଇମାକ୍ସ ଗ୍ଲୋବାଲ୍ ଅୱାର୍ଡ୍‌ସ 2024ରେ ଶ୍ରେଷ୍ଠ B2C ଏକ୍ସିବିସନ୍‌ ଅଫ୍ ଦ ଇୟର ଦ୍ଵାରା ଗୋଲ୍ଡ ଅୱାର୍ଡ୍ ରେ ସମ୍ମାନିତ

5

ଭୁବନେଶ୍ବର/ବ୍ରହ୍ମପୁର– ସେଲିବ୍ରେସନ୍ସ ଲାଇଭ୍ ଇଭେଣ୍ଟ ଇଣ୍ଡଷ୍ଟ୍ରିରେ ଏକ ବୃହତ୍ତମ ମାଇଲଖୁଣ୍ଟ ସୃଷ୍ଟି କରିଛି, ଯେଉଁଥିରେ ଗୌରବଶାଳୀ ଇମାକ୍ସ ଗ୍ଲୋବାଲ୍ ଅୱାର୍ଡ୍‌ସ 2024ରେ ସ୍ୱର୍ଣ୍ଣ ପୁରସ୍କାର ଜିତିଛି ଶ୍ରେଷ୍ଠ B2C ଏକ୍ସିବିସନ୍‌ ଅଫ୍ ଦ ଇୟର 2024 ପାଇଁ, ଯାହାକି ଅଭିନବ ଏବଂ ଉଲ୍ଲେଖନୀୟ କୃଷି ଓଡ଼ିଶା 2024 ଅନୁଷ୍ଠିତ କରିବା ପାଇଁ ପ୍ରଶଂସିତ ହୋଇଛି।

ଶ୍ରେଷ୍ଠ B2C ଏକ୍ସିବିସନ୍‌ ଅଫ୍ ଦ ଇୟର ଅୱାର୍ଡ୍ (ଗୋଲ୍ଦ)

ଏହା ଓଡ଼ିଶାର ଇଭେଣ୍ଟ ଇଣ୍ଡଷ୍ଟ୍ରି ପାଇଁ ଏକ ଐତିହାସିକ ମୁହୂର୍ତ, କାରଣ ଏହା ପ୍ରଥମ ଥର ରାଜ୍ୟ ପାଇଁ ଇମାକ୍ସ ଗ୍ଲୋବାଲ୍ ଅୱାର୍ଡ୍‌ସ ୨୦୨୪ରେ ଗୋଲ୍ଡ୍ ଅୱାର୍ଡ୍ ସମ୍ମାନ ଆଣିପାରିଛି, ଯାହା ସେଲିବ୍ରେସନ୍ସ ଲାଇଭ୍‌ କୁ ଇଭେଣ୍ଟ ଇଣ୍ଡଷ୍ଟ୍ରିରେ ଅତି ବିଶିଷ୍ଟ ପ୍ରତିଷ୍ଠାକୁ ସୂଚିତ କରୁଛି।

ସେଲିବ୍ରେସନ୍ସ ଲାଇଭ୍‌ ଦ୍ୱାରା ଆୟୋଜିତ କୃଷି ଓଡ଼ିଶା 2024 ଇଭେଣ୍ଟରେ ଏହାର ଅଭିନବତା, ଯୋଗାଯୋଗ ଓ ପ୍ରଭାବି ପରିଚାଳନା ପାଇଁ ପ୍ରଶଂସା କରାଯାଇଛି। ଏହି ଆୟୋଜନ କୃଷିକ ମଣ୍ଡଳର ପ୍ରମୁଖ୍ ଭାଗୀଦାରମାନଙ୍କୁ ଗୋଟିଏ ଛାତ ତଳେ ଆଣିଥିଲା ଏବଂ ଜ୍ଞାନ ବିନିମୟ, ନେଟୱାର୍କିଂ, ଏବଂ ବ୍ୟାବସାୟିକ ସୁଯୋଗ ପାଇଁ ଏକ ମଞ୍ଚ ପ୍ରଦାନ କରିଥିଲା। ଏହି ଆୟୋଜନ ଓଡ଼ିଶାର ସମୃଦ୍ଧ କୃଷି ଐତିହ୍ୟକୁ ପ୍ରଦର୍ଶିତ କରିଥିଲା ଏବଂ ଉପସ୍ଥିତ ସମସ୍ତ ଭାଗିଦରୀମାନଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା।

“ଏହି ଗୋଲ୍ଡ୍ ଅୱାର୍ଡ୍ ଜିତିବା ଆମ ସମଗ୍ର ଦଳର ପରିଶ୍ରମ, ସୃଜନଶୀଳତା ଓ ନିଷ୍ଠାର ପରିପାକ,” ବୋଲି କହିଲେ ଶ୍ରୀ ଅକ୍ଷୟେନ୍ଦୁ ପଟ୍ଟନାୟକ, ସେଲିବ୍ରେସନ୍ସ ଲାଇଭ୍‌ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ। “ଓଡ଼ିଶାକୁ ଏତେ ବଡ଼ ମଞ୍ଚରେ ପ୍ରତିନିଧିତ୍ୱ କରିବା ପାଇଁ ଆମେ ଗର୍ବିତ ଓ ମର୍ମସ୍ପର୍ଶୀ ଅନୁଭବ କରୁଛୁ ଏବଂ ଆମର କ୍ଷମତାରେ ଦୃଢ଼ ବିଶ୍ୱାସ ରଖୁଛୁ।”

ସେଲିବ୍ରେସନ୍ସ ଲାଇଭ୍ ଏହି ପୁରସ୍କାର ଉପଲବ୍ଧିକୁ ସମ୍ମାନ ଜଣାଉଛି ଓ ଏହା ଆଗାମୀ ଭବିଷ୍ୟତରେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରୁଛି।

Leave A Reply

Your email address will not be published.