କଳିଙ୍ଗ ମହାବିଦ୍ୟାଳୟରେ 78 ସ୍ୱାଧୀନତା ଦିବସ ପାଳିତ.

5

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ କଳିଙ୍ଗ ମହାବିଦ୍ୟାଳୟ ଠାରେ ଘରେ ଘରେ ତ୍ରିରଙ୍ଗା ଏବଂ ୭୮ତମ ସ୍ବାଧିନତା ଉତ୍ସବ ମହାଉଲ୍ଲାସରେ ପାଳିତ ହୋଇଯାଇଛି । ଘରେ ଘରେ ତ୍ରିରଙ୍ଗା ଉତ୍ସବ ତା-୧୪. ୦୮. ୨୦୨୪ରିଖ ଦିନ ଅଧକ୍ଷ୍ୟ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମେହେରଙ୍କ ଦ୍ଵାରା ଉଦ୍ଘାଟିତ ହେଲାପରେ, ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କ ସହିତ ଯୁବ ରେଡ୍ କ୍ରସ୍ ଏବଂ ଜାତୀୟ ସେବା ଯୋଜନାର ବ୍ୟାନର, ଜାତୀୟ ପତାକା ଏବଂ ଦେଶାତ୍ମକ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହି ପଦଯାତ୍ରାକୁ ସ୍ଥାନୀୟ ଲୋକ ବହୁତ ସ୍ବାଗତ କରିଥିବା ଜଣାଯାଏ । ୭୮ତମ ସ୍ବାଧିନତା ଦିବସ ପାଳନ ଅବସରରେ ପ୍ରଥମେ ଅଧକ୍ଷ୍ୟ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମେହେର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତତ୍ ପରେ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ସମ୍ମୁଖରେ ପତାକା ଉତ୍ତୋଳନ କରିଥିଲେ । ତାଙ୍କ ସଂକ୍ଷିପ୍ତ ଭାଷଣରେ ଅଧକ୍ଷ୍ୟ ଦେଶର ଉନ୍ନତି ପଥରେ ତାଳଦେଇ ଅନୁଷ୍ଠାନର ମଧ୍ୟ ସମ ଉନ୍ନତି ପାଇଁ ସାଧନା କରିବାକୁ ପରାମର୍ଶ ଦେଇଥିଲେ । କଲେଜର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.