ସ୍ୱାଧୀନତା ଦିବସ ସମାରୋହ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ-୨୦୨୪ : ସେକ ଅବିର ସମ୍ବର୍ଦ୍ଧିତ

5

ଭୁବନେଶ୍ୱର: ହାବିଲଦାର ସହରାଞ୍ଚଳ ପୋଲିସ ଟି. ଟି. ଆଇ ଭୁବନେଶ୍ୱର ସେକ ଅବିର ୧୯୮୮ ମସିହାରୁ କନେଷ୍ଟବଳ ଭାବେ ଓଡିଶା ପୋଲିସରେ ଯୋଗଦାନ କରିଥିଲେ l ସେ ସହରାଞ୍ଚଳ ଆରକ୍ଷୀ ଜିଲ୍ଲା ଭୁବନେଶ୍ୱରର ଯାନବାହାନ ଯାତାୟାତ ପ୍ରଶିକ୍ଷଣ ଅନୁଷ୍ଠାନ ଭୁବନେଶ୍ୱର କମିଶନରେଟ ଅଧୀନରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି l ସେ ତାଙ୍କର ସମୁଦାୟ ଚାକିରୀକାଳ ଅବଧିରେ ଅତ୍ୟନ୍ତ ଉତ୍ସର୍ଗୀକୃତ  ଓ ସେବା ମନୋଭାବରେ ନିଜର କର୍ତ୍ତବ୍ୟ  ସମ୍ପାଦନ କରିଆସୁଛନ୍ତି l ବିଶେଷ କରି ଆଇନ ଶୁଙ୍ଖଳା ପରିସ୍ଥିତିକୁ ପରିଚାଳନା କରି ସେ ପ୍ରସଂସିତ ହୋଇଛନ୍ତି l ସେ ଜଣେ ବିଜ୍ଞ ବହିର୍ବିଭାଗ ଅନୁଦେଷ୍ଟା ଭାବରେ ଟି. ଟି. ଆଇ, ଭୁବନେଶ୍ୱରରେ ପରିଚିତ l

ସେ ଜଣେ ଆଜ୍ଞାକାରୀ ଓ ସ୍ବେଛାକୃତ ଦାୟିତ୍ୱ ବହନକାରୀ ଆରକ୍ଷୀ କର୍ମଚାରୀ ଯିଏକି ସଇଚ୍ଛାରେ କର୍ତଵ୍ୟ କରନ୍ତି l ଅବିର ନିଜର ବୁର୍ତ୍ତିଗତ ସଫଳତା ପାଇଁ ଉଚ୍ଚପଦସ୍ତ ଅଧିକାରୀ ମାନଙ୍କ ଠାରୁ ବହୁବାର ପ୍ରସଂସିତ ହେବା ସହ ଅନେକ ପୁରସ୍କାର ରେ ସନ୍ନମାନିତ ହୋଇଛନ୍ତିl ଅବିର ଙ୍କର ଉଚ କୋଟୀର କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟନିଷ୍ଠାର ସୀକୃତି ସରୁପ ଭାରତର ମାନ୍ୟବର ରାଷ୍ଟପତି ତାଙ୍କୁ ୨୦୨୧ ମସିହା ସ୍ୱାଧୀନତା ଦିବସ ଅବସରେ ଉଲେଖନୀୟ ସେବା ନିମନ୍ତେ ପୋଲିସ ପଦକ ପ୍ରଦାନ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାର ମାନପତ୍ର ଏବଂ ସାତ ହଜାର ପାଞ୍ଚ ସହ ଟଙ୍କାର ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଛନ୍ତି l

Leave A Reply

Your email address will not be published.