ବଡ଼ବିଲ (ଶାସକ ପ୍ରଶାସକ) ଆଜି ଦେଶ ପାଳନ କରୁଛି ୭୮ତମ ସ୍ବାଧୀନତା ଦିବସ। ଗାଁଠୁ ସହର ହୋଇଛି ତ୍ରିରଙ୍ଗା ମୟ। ଓଡିଶା ସୀମାନ୍ତ କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଆଜି ସ୍ୱାଧୀନତା ଦିବସ ହର୍ଷଉଲ୍ଲାସର ସହ ପାଳିତ ହୋଇଛି। ବିକାଶ ମହଲ ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ପୋୖରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ପୋୖରାଧ୍ୟକ୍ଷ ଲକ୍ଷ୍ମଣ ପରେଡ଼ ପାଇଁ ପ୍ରସ୍ତୁତ ଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଗୃପ ଗୁଡିକର ନିରୀକ୍ଷଣ କରିଥିଲେ। ନିରୀକ୍ଷଣ ପରେ ପରେଡ଼ ଗ୍ରୁପର ମୁଖ୍ୟ ପ୍ରତାପ କିଶୋର ଦାସଙ୍କ ନେତୃତ୍ବରେ ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇ ପରେଡ଼ ପ୍ରଦର୍ଶନ କରିଥିଲେ। ପରେଡ଼ ପ୍ରଦର୍ଶନ ପରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ନୀଳାଦ୍ରି କାର୍ଯ୍ୟାଳୟରେ ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ରାଜ କିଶୋର ଦାଶ ଏବଂ ବଡ଼ବିଲ ପ୍ରେସ କ୍ଲବରେ ସଭାପତି ସୁବୋଧ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
Sign in
Sign in
Recover your password.
A password will be e-mailed to you.