ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0

ଆନନ୍ଦପୁର (ମକରଧ୍ବଜ ଜେନା) :  ଭିଜିଲାନ୍ସ ଜାଲରେ ଫସିଛନ୍ତି ସହକାରୀ ଯନ୍ତ୍ରୀ |  ବୈତରଣୀ ବ୍ୟାରେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଆନନ୍ଦପୁରଙ୍କ  କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ନନ୍ଦ କିଶୋର ସାହୁଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ୱାଟର ଓ ନିଜ ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି | ଭିଜିଲାନ୍ସ ପକ୍ଷରୁ ଏକା ସାଙ୍ଗରେ  ବୁଧବାର ୧୯ ତାରିଖ ଦିନ ସକାଳ ୬ ଟାରେ ବାଲେଶ୍ୱର ଭିଜିଲାନ୍ସ ଅଧିକାରୀ ଅନିରୁଦ୍ଧ ନାଏକଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ଆନନ୍ଦପୁର ସରକାରୀ ବାସଭବନରେ ଥିବା ଜମିବାଡି ସମ୍ପର୍କିତ  କାଗଜ ପତ୍ର ,ଏଲଆଇସି  ବଣ୍ଡ ତଥା କିଛି ଗୁରୁତ୍ୱ ପୁର୍ଣ କାଗଜ ପତ୍ର ଜବତ କରିବା ସହ ଶ୍ରୀ ସାହୁଙ୍କୁ କେନ୍ଦୁଝର ସ୍ଥିତ ତାଙ୍କ  ନିଜ ବାସ ଭବନକୁ ଚଢାଉ ଉଦ୍ଦେଶ୍ୟରେ ନେଇ ଯାଇଥିଲେ ।

 

Leave A Reply

Your email address will not be published.