ଗୋପପୁରରେ  ସ୍ଥାପନ ହେଲା ସୁଭସ୍ଥମ୍ଭ :ଦୁଲଡୁଲି ବାଜା ଘଣ୍ଟ ବାଜା, ସଂକୀର୍ତ୍ତନ ମଣ୍ଡଳୀରେ ଦୁଲୁକିଲା ଅମ୍ବାପାଲି

0

ବରଗଡ/ଗୌରାଙ୍ଗ ଦାସ  :- ଆଜି ସନ୍ଧ୍ୟା ସମୟରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗୋପପୁର (ଅମ୍ବାପାଲି)ଠାରେ ପବିତ୍ର ଶୁଭ ସ୍ତମ୍ଭ ର ସ୍ଥାପନ କାର୍ଯକ୍ରମ ଶେଷ ହେଇ ଯାଇଛି । ବୈଦିକ ରୀତିନୀତିରେ ରେ ପୂଜାର୍ଚ୍ଚନା କରିବା ପରେ ଗୋପପୁର ରେ କୃଷ୍ଣ ,ବଳରାମ ଓ ରାଧା ଭୂମିକରେ ଅଭିନୟ କରିବା ପାଇଁ ନିର୍ଦ୍ଧାରିତ ହେଇଥିବା କଳାକାର ମାନଙ୍କୁ ବରଣ କରାଯାଇଥିଲା । ଏହାପରେ ଦୁଲଡୁଲି ବାଜା ଘଣ୍ଟ ବାଜା , ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ଗହଣ ରେ ଆଜି ଠାରୁ ଗୋପପୁର ଭାବରେ ପରିଚିତ ଅମ୍ବାପାଲି ର ଗ୍ରାମବାସୀ ମାନେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରେ ଗୋପପୁର ପରିକ୍ରମା କରିବା ପରେ ବରଗଡ ଉପଜିଲ୍ଲାପାଳ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦ ସୁଭାସ୍ଥମ୍ଭ ରୀତିନୀତି ଅନୁସାରେ ସ୍ଥାପନ କରିଥିଲେ। ପ୍ରଚଳିତ ପରମ୍ପରା ଅନୁସାରେ  ସୁଭସ୍ଥମ୍ଭ ସ୍ଥାପନ ହେବା ପର ଠାରୁ ଧନୁଯାତ୍ରା ଶେଷ ହେବା ପର୍ଯନ୍ତ ଗୋପପୁର ରେ କେହି ଭି ଆମିଷ ଆମିଷ ଭକ୍ଷଣ କରନ୍ତି ନାହିଁ । 

        ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ପାଇଁ ମଥୁରା ନଗରୀ ବରଗଡ଼ ଓ ଗୋପପୁର ଅମ୍ବାପାଲି ରେ ପ୍ରସ୍ତୁତି କାର୍ଯ୍ୟ ଜୋର ସୋର ରେ ଚାଲିଛି । ଚଳିତ ବର୍ଷ ଧନୁଯାତ୍ରା କୁ ଆହୁରି ସୁନ୍ଦର ଓ ପ୍ରଭାବୀ କରିବା ପାଇଁ ଲାଗିପଡିଛନ୍ତି ପ୍ରଶାସନ ଓ ଧନୁଯାତ୍ରା କମିଟି ମାନଙ୍କର କର୍ମକର୍ତା ମାନେ ତଥା ବରଗଡ଼ ତଥା ଅମ୍ବାପାଲି ବାସୀ ।

Leave A Reply

Your email address will not be published.