ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ର ସଫଳ ରୂପାୟନ ପାଇଁ ସାମ୍ବାଦିକ ସମ୍ମିଳନୀ

6

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସମ୍ମିଳନୀ କକ୍ଷ, ନୂଆପଡାଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଅବ୍ୟବହିତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀଧର ସେନାପତି l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସମାଜରୁ କୃମି ସଂକ୍ରମଣ ଦୂର କରି ପୁଷ୍ଟି ସାଧନ କରିବା l ଚଳିତ ଅଗଷ୍ଟ ମାସ ୧୦ ତାରିଖ ଓ ପରେ ୧୭ ତାରିଖରେ କୃମି ନାଶକ ଔଷଧ ହିତାଧିକାରୀ ମାନଙ୍କୁ ଖୁଆଇ ଏହି ସଂକ୍ରମଣକୁ ରୋକିବା ଏହି ଅଭିଯାନର ମୂଳ ଲକ୍ଷ୍ୟ l
୧ ବର୍ଷରୁ ୧୯ ବର୍ଷର ପିଲାମାନଙ୍କୁ ଏବଂ ୨୦ ରୁ ୨୪ ବର୍ଷର ଅଣ ଗର୍ଭବତୀ ମହିଳା ଓ ଅଣ ସ୍ତନ୍ୟଦାତ୍ରୀ ମହିଳା ମାନଙ୍କୁ ଏହି କୃମି ନାଶକ ଔଷଧ ଖୁଆଯିବ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମାନଙ୍କ ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟା ପତି ପଣ୍ଡା, ଜିଲ୍ଳା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଉମାକାନ୍ତ ମେହେର, ଜିଲ୍ଲା ପ୍ରକଳ୍ପ ପରିଚାଳକ ଦିଲୀପ କୁମାର ଦୁବେ, ଜିଲ୍ଲା ମା ଓ ଶିଶୁ ସ୍ୱାସ୍ଥ୍ୟ ସଂଯୋଜକ ରଶ୍ମି ରଞ୍ଜନ ମହାନ୍ତି, ଜିଲ୍ଳା ମହାମାରୀ ବିଶେଷଜ୍ଞ ଡାକ୍ତର ଜଗତବନ୍ଧୁ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲ ପରିଚାଳନା କରିଥିଲେ l

Leave A Reply

Your email address will not be published.