ଜଗତସିଂହପୁର ତା ୦୮.୦୮.୨୪ରିଖ ସୁମନ୍ତ କୁମାର ଦାସ: ପରିବାର କଲ୍ୟାଣ ବିଭାଗ ତରଫରୁ ଆୟୋଜିତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ତା ୦୭.୦୮.୨୪ରିଖ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜଗତସିଂହପୁର କୁ ବେବି ଫ୍ରେଣ୍ଡଲି ଡାକ୍ତରଖାନା ଭାବେ ସ୍ଵତନ୍ତ୍ର ଭାବେ ପୁରସ୍କୃତ କରାଯାଇଛି। ରାଜ୍ୟରେ ମାତ୍ର ୫ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରସ୍କୃତ ହୋଇଥିବା ବେଳେ ଏହା ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପ୍ରଦାନ କରାଯାଇଛି। ଗତବର୍ଷ ମଧ୍ୟ ଜଗତସିଂପୁର ମୁଖ୍ୟ ଚିକିତ୍ସାଳୟକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏ.ଡି.ଏମ.ଓ ମେଡିକାଲ ଡ଼ା ସରୋଜ କୁମାର ଜେନା ଓ ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୁ ଏହି ସମ୍ମାନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦେଶିକା ଡ଼ା ସଂଯୁକ୍ତା ସାହୁ , ସ୍ବାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ଡ଼ା ଜିତେନ୍ଦ୍ର ଦେବର୍ତା, ଡ଼ା ବିଜୟ ମହାପାତ୍ର, ନର୍ସିଂ ନିର୍ଦେଶକ ଡ଼ା ଆର୍ତ୍ତବନ୍ଧୁ ନାୟକ ଙ୍କ ଠାରୁ ଗ୍ରହଣ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଭାଗର ସ୍ଵତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ,ଶିଶୁ ବିଭାଗର ଓପିଡି, ଏନ୍.ଆର୍.ସି ଏବଂ ପ୍ରସୂତି ବିଭାଗରେ ମା କ୍ଷୀର ଶିଶୁ ପାଇଁ ସର୍ବୋତ୍କୃଷ୍ଟ , ୬ ମାସ ପାଇଁ କେବଳ ମା କ୍ଷୀର, ଶିଶୁ ଜନ୍ମ ପରେ ଯେତେ ଶୀଘ୍ର ସମ୍ଭବ ମା କ୍ଷୀର ପ୍ରଦାନ ଆଦି ବିଷୟରେ ସଫଳ ଭାବେ ନର୍ସିଂ ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀ ସେବା ଯୋଗାଇଥାନ୍ତି।ଗତକାଲି ଭୁବନେଶ୍ୱର ରେ ଏହି ସମ୍ମାନ ଯଥା ମାନପତ୍ର ଓ ଟ୍ରଫି ପାଇଲା ପରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଶତ୍ରୁଘ୍ନ ଦାସ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରମୋଦ କୁମାର ବାରିକ୍, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ହସ୍ପିଟାଲ ମ୍ୟାନେଜର ସଚିନ ସାହୁ , ସସ୍ମିତା ସାହୁ ସମେତ ସମସ୍ତ ନର୍ସିଂ ଅଫିସର ଜ୍ୟୋତିର୍ମୟୀ ସାହୁ,ଖୁଲଣା ବାରିକ୍,ଅନିମା ବଳ, ସୁଧାଂଶୁ ମାଳିନୀ ଦାସ, ସଂଯୁକ୍ତା ସାହୁ, ଆସିଷ୍ଟାଣ୍ଟ ମ୍ୟାଟ୍ରନ ସବିତା ଭୋଇ ଓ ପ୍ରତିଭା ସେଠୀ ପମୁଖ ଉପସ୍ଥିତ ରହିଥିଲେ। ସମସ୍ତେ ଫୋଟୋ ଉଠାଇଥିଲେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.