ଭଂଜନଗର ରେ ସ୍ଵାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ପ୍ରତିଯୋଗିତା ଆୟୋଜନ

5

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆସନ୍ତା ୭୮ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଭଂଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ, ଭଂଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନ୍ମଥ କୁମାର ନାୟକ ଓ ତହସିଲଦାର ଶ୍ରୀ ଉମାଶଙ୍କର ବେହେରାଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଭଂଜନଗର ବ୍ଳକ୍ ସ୍ତରରେ ଓ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମୂରଲୀ କୃଷ୍ଣ ପଣ୍ଡାଙ୍କ ଦ୍ଵାରା ଏନ୍ ଏ ସି ସ୍ତରରେ ଆଜି ଅଗଷ୍ଟ ମାସ ୬ ତାରିଖ ୨୦୨୪ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।

ଭଂଜନଗର ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଏସ୍ ଧନଞ୍ଜୟଙ୍କ ପରିଚାଳନାରେ ଆଜି ଭଂଜନଗର ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭଂଜନଗର ବ୍ଲକ ସ୍ତରୀୟ ପ୍ରତିଯୋଗିତା
ଏବଂ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାପିତ ଅଂଚଳ ପରିଷଦ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସ୍ତରୀୟ ପ୍ରତିଯୋଗିତା ଷଷ୍ଠ ଓ ସପ୍ତମ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କୁ ନେଇ କନିଷ୍ଠ ବିଭାଗ ଏବଂ ନବମ ଓ ଦଶମ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କୁ ନେଇ ବରିଷ୍ଠ ବିଭାଗ ରେ ଅନୁଷ୍ଠିତ ହୋଇଥିଲା। ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ୩ଟି ବିଷୟରେ ହୋଇଥିବା ପ୍ରତିଯୋଗିତାରେ ଜୁନିଅର ବିଭାଗରେ ୮୫ ଜଣ ଓ ବରିଷ୍ଠ ବିଭାଗରେ ୫୨ ଜଣ ଏହି ପରି ମୋଟ ୧୩୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେହିଭଳି ଏନ୍ ଏ ସି ସ୍ତରୀୟ ପ୍ରତିଯୋଗିତାରେ ଜୁନିଅର ବିଭାଗରେ ୨୯ ଜଣ ଓ ବରିଷ୍ଠ ବିଭାଗରେ ୨୫ ଜଣ ଏହି ପରି ମୋଟ ୫୪ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ବ୍ଳକ ସ୍ତରୀୟ ପ୍ରତିଯୋଗିତା କୁ ଏବିଇଓ ଚରଣ ବେହେରା ସଂଚାଳନ କରିଥିବା ବେଳେ ଏନ୍ ଏ ସି ସ୍ତରୀୟ ପ୍ରତିଯୋଗିତାକୁ ଏବିଇଓ ଗଜେନ୍ଦ୍ର ସେଠୀ ସଂଚାଳନ କରିଥିଲେ। ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାଇକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି, ବିଭିନ୍ନ ପ୍ରତିଯୋଗିତା ର ବିଚାରପତି, ଶିକ୍ଷକ, ଭଂଜନଗର ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ଓ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଇଓ କାର୍ଯ୍ୟାଳୟ ତରଫରୁ ଚିନ୍ମୟ ଦାସ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିଥିଲେ।

Leave A Reply

Your email address will not be published.