ଦିଲ୍ଲୀରେ ଗୁଣପୁର ସମସ୍ଯା ସମ୍ପର୍କରେ ଆଲୋଚନା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କୁ ଭେଟିଲେ ନବ ନିର୍ମାଣ ସମିତିର ପ୍ରତିନିଧି ଦଳ

5

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ଯା ସମ୍ପର୍କରେ ଆଜି ଦିଲ୍ଲୀ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଗୁଣପୁର ନବ ନିର୍ମାଣ ସମିତି ର ପ୍ରତିନିଧି ଦଳ ଭେଟି ବିଶୃତ ଭାବେ ଆଲୋଚନା କରିଛନ୍ତି। ଗୁଣପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହୋଇ ପାଞ୍ଚବର୍ଷ ବିତି ଯାଇଥିଲେ ମଧ୍ୟ ଏହା ଏବେବି ଅସ୍ଥାୟୀ କୋଠାରେ ଚାଲିଛି । ଅନ୍ଯପକ୍ଷେ ରାଜ୍ଯ ସରକାର ପ୍ରଦାନ କରିଥିବା ୮ଏକର ପରିମିତ ଜମି ଅସାମାଜିକଙ୍କ ଆଡ୍ଡା ପାଲଟିବା ସହ ଜବରଦଖଲ ପାଇଁ ସୂଯୋଗ ଶୃଷ୍ଟି ହୋଇଛି। ଏଣୁ ସ୍ଥାୟୀ କୋଠା ନିର୍ମାଣ ସହ ସ୍ଥାନୀୟ କେଭି କୁ ହାଡ୍ ଷ୍ଟେସନ୍ ର ମାନ୍ଯତା ଦବା ପାଇଁ ଦାବି କରିଥିଲେ। ସ୍ଥାୟୀ କୋଠା ନିର୍ମାଣ ର ଭୂମି ପୂଜନ ପାଇଁ ମଧ୍ୟ ଏହି ପ୍ରତିନିଧି ଦଳ ମନ୍ତ୍ରୀ ଙ୍କୁ ନିମନ୍ତ୍ରଣ କରିଥିଲେ। ଗୁଣପୁର ରେ ଏକ ନବଦ୍ୱୋୟ ବିଦ୍ୟାଳୟ ସ୍ଥାପନ କରିବାକୁ ଦାବି କରାଯାଇଥିଲା। ଏହାସହ ସ୍ଥାନୀୟ ଅଞ୍ଚଳର ରେଲୱେ ସମସ୍ଯା, ଜାତୀୟ ରାଜପଥ ପ୍ରସଙ୍ଗ, ଏୟାର ଷ୍ଟ୍ରିପ୍ ପୁଃନ ସ୍ଥାପନ ଓ ମେଡିକାଲ୍ କଲେଜ୍ କରିବା ସମ୍ପର୍କରେ ମନ୍ତ୍ରୀ ଙ୍କୁ ଜଣାଇଥିଲେ। ଶିକ୍ଷା ବିଭାଗ ସମସ୍ଯା ଗୁଡାକର ସମାଧାନ କରି କୋଠା ନିର୍ମାଣ ଭୂମି ପୂଜନ କାର୍ଯ୍ଯକ୍ରମ ରେ ନିଶ୍ଚୟ ଯୋଗଦେବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦବାସହ ଅନ୍ଯାନ୍ଯ ବିଭାଗ ସହ ମଧ୍ୟ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ, ସାଧାରଣ ସମ୍ପାଦକ ରଂଜିତ ପାଢି ଓ ସମାଜସେବୀ ଜି ଏନ. ପଣ୍ଡା ସାମିଲ ହୋଇଥିଲେ। ଆସନ୍ତା କାଲି ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି।

 

Leave A Reply

Your email address will not be published.