
-
ଏମ.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ଅନ୍ତର୍ଜାତୀୟ ସମ୍ମିଳନୀ “କ୍ଷୁଧାମୁକ୍ତ ବିଶ୍ୱ : ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନଙ୍କ ଦୃଷ୍ଟିରେ ଚିର ସବୁଜ କ୍ରାନ୍ତି’
-
ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମୁଖ୍ୟ ଅତିଥି ରୂପେ ଯୋଗଦାନ
ଭୁବନେଶ୍ୱର: ଏମ୍. ଏସ୍. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ଆୟୋଜିତ “କ୍ଷୁଧାମୁକ୍ତ ବିଶ୍ୱ : ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନଙ୍କ ଦୃଷ୍ଟିରେ ଚିର ସବୁଜ କ୍ରାନ୍ତି’ ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଚେନ୍ନାଇ ଠାରେ ଅଗଷ୍ଟ ୭ ଓ ୮ ତାରିଖରେ ଅନୁଷ୍ଠିତ ହେଉଛି ଏବଂ ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଛନ୍ତିା ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନ ଭାରତରେ ସବୁଜ କ୍ରାନ୍ତିର ଆବାହକ ଥିଲୋ ତାଙ୍କରି ନେତୃତ୍ୱରେ ଭାରତ କୃଷି କ୍ଷେତ୍ରରେ ସବୁଜ ବିପ୍ଲବ ସୃଷ୍ଟି କରିପାରିଥିଲାା ତାଙ୍କର ମୂଳଲକ୍ଷ୍ୟ ଥିଲା ବିଶ୍ୱକୁ ସମ୍ପୂର୍ଣ୍ଣ କ୍ଷୁଧାମୁକ୍ତ କରିବାା ଏଥି ନିମନ୍ତେ କେବଳ ସବୁଜ କ୍ରାନ୍ତି ନୁହେଁ ବରଂ ଚିର ସବୁଜ କ୍ରାନ୍ତିର ଆବଶ୍ୟକା ଏହି ଅନ୍ତର୍ଜାତୀୟ ସମ୍ମିଳନୀ ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନଙ୍କ ସ୍ମୃତିରେ ତାଙ୍କର କୃଷି କ୍ଷେତ୍ରରେ ଅବଦାନକୁ ସ୍ମରଣ କରିବା ପାଇଁ ଆୟୋଜିତ କରାଯାଇଛିା
ମନ୍ତ୍ରୀ ଶ୍ରୀ ସିଂହଦେଓ ସମ୍ମିଳନୀର ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟା ଜଳବାୟୁ ପ୍ରତିରୋଧି କୃଷିକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇପାରିବୋ ଚାଷରେ ବିବିଧତା ବା ଏକକାଳୀନ ଏକରୁ ଅଧିକ ଫସଲ ଉତ୍ପାଦନ କରିବା ଦ୍ୱାରା ବିଶ୍ୱ କ୍ଷୁଧାମୁକ୍ତ ହୋଇପାରିବା ପାରମ୍ପରିକ ଖାଦ୍ୟ ବ୍ୟବହାର ବଢ଼ାଇବା ଦ୍ୱାରା କ୍ଷୁଦ୍ର ଚାଷୀ, ବିଶେଷ କରି, ଆଦିବାସୀ ଅଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ହୋଇପାରିବୋ ସେହିପରି ଖାଦ୍ୟ ନଷ୍ଟକୁ କମ୍ କରିବା ଦ୍ୱାରା ବିଶ୍ୱ ବହୁତ ଶୀଘ୍ର କ୍ଷୁଧାମୁକ୍ତ ହୋଇପାରିବା
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହଦେଓ ଏମ୍. ଏସ୍. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ନୂଆ ଲୋଗୋକୁ ଉନ୍ମୋଚନ କରିଥିଲୋ ପରେ ଏମ୍. ଏସ୍. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ପ୍ରଭାବୀ ରିପୋର୍ଟ ୨୦୨୩-୨୪ ପୁସ୍ତିକା ଉନ୍ମୋଚନ କରିବା ସହିତ ପୁଷ୍ଟିକର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲୋ “ଏମ୍. ଏସ୍. ସ୍ୱାମୀନାଥନଙ୍କ ନିତ୍ୟା ରାଓ ନାମକ ଜଣେ କୃଷକଙ୍କ ସହ ବାର୍ତ୍ତାଳାପ’ ଶୀର୍ଷକ ନାମ୍ନୀ ଏକ ପୁସ୍ତକ ଯାହା ଜଣେ କୃଷକର କୁପୋଷଣମୁକ୍ତ ଭାରତ ଅଭିଯାନ ଉପରେ ପର୍ଯ୍ୟବସିତ ତାହାର ମଧ୍ୟ ଉନ୍ମୋଚନ କରିଥିଲୋ ଏମ୍ଏସ୍ ସ୍ୱାମୀନାଥନ୍ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ ସୌମ୍ୟା ସ୍ବାମୀନାଥନ, ଦ ହିନ୍ଦୁ ପବ୍ଲିସିଂ ଗ୍ରୁପ ଚେନ୍ନାଇର ଚେୟାରମ୍ୟାନ ଶ୍ରୀ ଏନ୍ ରାମ, ନିର୍ଦ୍ଦେଶକ କୃଷି ଓ ଖାଦ୍ୟ ଉତ୍ପାଦନ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ, ନାବାର୍ଡ ଚେୟାରମ୍ୟାନ ଶ୍ରୀ କେ ଭି ଶାଜି, ତାମିଲନାଡୁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଡ଼ ପି ଟି ଆର୍ ପଲାନିଭେଲ ରାଜନ୍, କର୍ଣ୍ଣାଟକ ରାଜସ୍ବ ମନ୍ତ୍ରୀ ଶ୍ରୀ କ୍ରିଷ୍ଣା ଗୌଡା, MSSRF ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ ଜି ଏନ୍ ହରିହରନ୍, ଭିଏତନାମର ପୂର୍ବତନ କୃଷି ମନ୍ତ୍ରୀ ଡ଼ ଵୁଇ ବା ବୋଙ୍ଗ, ନେଦରର୍ଲ୍ୟାଣ୍ଡର ଡ଼ ରୁଡ଼ି ରବିଞ୍ଜେ ପ୍ରମୁଖ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଏହି ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କୃଷି ଓ ଜନଜାତିଙ୍କ ଦ୍ୱାରା ଜୈବିକ ପ୍ରଣାଳୀରେ ଉତ୍ପାଦିତ ଶସ୍ୟ ଜାତୀୟ ଖାଦ୍ୟ ପଦାର୍ଥ ଯଥା କୋରାପୁଟର ମାଣ୍ଡିଆ, ସୁଆଁ, ବାଜରା ପ୍ରଭୃତିର ପ୍ରଦର୍ଶନୀ କରାଯାଇଥିଲାା ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ତଥା ଦେଶବିଦେଶରୁ ବହୁ ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଆସି ଯୋଗ ଦେଇଛନ୍ତିା