ବୋଡେ଼ନ ବିଦେଶୀ ମଦ ଦୋକାନରୁ ମଦ ଚୋରି ଘଟଣାରେ ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

5

ନୂଆପଡ଼ା ଜିଲ୍ଲା ରୁ କଳିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): : ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୋଡେ଼ନ ବସ ଷ୍ଟାଣ୍ଟ ନିକଟରେ ଥିବା ବିଦେଶୀ ମଦ ଦୋକାନ ରୁ ମଦ ଚୋରିକରି ଥିବା ତିନି ଅଭିଯୁକ୍ତ ଙ୍କୁ ଆଜି ବୋଡେ଼ନ ପୋଲିସ କୋର୍ଟ ଚାଲାଣ କରିଛନ୍ତି l ସୂଚନାନୁସାରେ ଚଳିତ ମାସ ଏକ ତାରିଖ ରାତ୍ରୀରେ ମଦ ଦୋକାନରେ ଲାଗିଥିବା ଭେଣ୍ଟିଲେଟର କୁ ଭାଙ୍ଗି ଚୋର ମାନେ ଲକ୍ଷ୍ୟାଧିକ ଟଙ୍କା ର ମଦ ସହ ନଗଦ ତିରିଶ ହଜାର ଟଙ୍କା ଚୋରି କରି ନେବା ସହ ସିସି କେମେରା ଓ ଲ୍ୟାପଟପ କୁ ଭାଙ୍ଗି ଦେଇ ଥିବା ଅଭିଯୋଗ ହୋଇଥିଲା l ଏନେଇ ଦୁଇ ତାରିଖ ଦିନ ବିଦେଶୀ ମଦ ଦୋକାନ ମ୍ୟାନେଜର ଶ୍ରୀକାନ୍ତ ସାହୁ ବୋଡେ଼ନ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତିକରି ବୋଡେ଼ନ ଥାନା ଅଧିକାରୀ ଗୋବିନ୍ଦ ମାଝୀ ଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ଟିମ ଗଠନ କରି ୪୮ ଘଣ୍ଟା ମଧ୍ୟରେ ଚୋର ମାନଙ୍କୁ ଧରିବାରେ ସଫଳ ହୋଇଥିଲେ l ବୋଡେ଼ନ ଥାନା ପକ୍ଷରୁ ସବଇନିସ୍ପେକ୍ଟର ମଞ୍ଜୁଲତା ଖାଡ଼ଙ୍ଗା, ଜିତୁ ମହାନନ୍ଦ, ସୁରଥ ମାଝୀ, କେଦାର ମାଝୀ, ଲଳିତ ମୋହନ ନାୟକ, ହାବିଲଦାର କୃତିବାସ ପାନ, କନେଷ୍ଟବଳ ଅନନ୍ତ ଶବର ପ୍ରମୁଖ ଏହି ଟିମରେ ରହି ତଦନ୍ତ ଜାରୀ ରଖିଥିଲେ l ଏନେଇ ବୋଡେ଼ନ ଥାନାରେ ଏକ କେଶ ନମ୍ବର 174/ 2.8.24 U/S 331(4),305(a)BNS କେଶ ରୁଜୁ ହୋଇଥିବା ବେଳେ ଆଜି ତିନି ଅଭିଯୁକ୍ତ ବୋଡେ଼ନ ଗ୍ରାମର ଯଶୋବନ୍ତ @ଭାଙ୍ଗଖାଉ ମାଝୀ(32), ରୁଣ୍ଡି ଗ୍ରାମର ରୁପସିଂ ମାଝୀ(23) ଓ ବିନୋପୁର ଗ୍ରାମର ପିଣ୍ଟୁ@ସୁଶୀଲ ନିଆଳ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୋଡେ଼ନ ଥାନାଧିକାରୀ ଗୋବିନ୍ଦ ମାଝୀ ସୂଚନା ଦେଇଛନ୍ତି l

Leave A Reply

Your email address will not be published.