ମର୍ଦ୍ଦରାଜ କଲ୍ୟାଣ ମଣ୍ଡପରେ ରକ୍ତଦାନ ଶିବିର ଓ ରାଣୀ ସାହେବଙ୍କ ୮୭ତମ ଜନ୍ମଦିନ ପାଳନ ।

5

(ଶାସକ ପ୍ରଶାସକ/ଶିବରାମ ଜେନା)ଖଲ୍ଲିକୋଟ: ସ୍ଥାନୀୟ ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପରେ ସ୍ବର୍ଗତ ରାଣୀ ସାହେବଙ୍କ ଜନ୍ମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ରକ୍ତଦାନ ଶିବିର ରେ ବିଭିନ୍ନ ପଞ୍ଚାୟତ ତଥା ଖଲ୍ଲିକୋଟ ଏନ୍ ଏ ସି ର ପୁରୁଣା କର୍ମୀ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ସହଯୋଗ କରିଥିଲେ। ରକ୍ତଦାନ ଶିବିର ରେ ୫୨ୟୁନିଟ ରକ୍ତଦାନ ହୋଇ ଥିବା ଜଣାପଡ଼ିଛି। ଏଅଵସରରେ ଵରିଷ୍ଠ ଆଇନ୍ ଜିଵୀ ତଥା ସମ୍ପାଦକ ସୁଧାଂଶୁ ଶେଖର ସାହୁ, ଚନ୍ଦ୍ରଶେଖର ପଟ୍ଟନାୟକ, ଅନୁରୋଧ ସାହୁ , ଅରୁଣ କୁମାର ପଣ୍ଡା, ରାମମୋହନ ପଣ୍ଡା, ଅଶ୍ଵିନୀ କୁମାର ମିଶ୍ର, ମହେଶ୍ୱର ବରଡ, କୈଳାସ ଚନ୍ଦ୍ର ସାହୁ ବିଶ୍ଵଜିତ ଦାସ, ଜନାର୍ଦ୍ଦନ ଦଳେଇ ପ୍ରମୁଖ ବ୍ୟକ୍ତିବିଶେଷ ମାନେ ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବା ପରିଲକ୍ଷିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ଥିବା ରକ୍ତ ସଂଗ୍ରହ କାରି ଟିମ୍ ଓ ସହଯୋଗୀ ବୃନ୍ଦ ଯୋଗଦେଇ ଥିବା ରୁ ସେମାନଙ୍କୁ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ପକ୍ଷରୁ ଅଶେଷ ଧନ୍ୟବାଦ୍ ଦେବାସହ , ସେମାନଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଥିଲା।

Leave A Reply

Your email address will not be published.