ଯୋଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା : ସ୍କୁଲ ଯିବା ବେଳେ ଟ୍ରକ୍‌ ଧକ୍କାରେ ୨ ଛାତ୍ରଙ୍କ ସହ ଅଭିଭାବକଙ୍କ ମୃତ୍ୟୁ

6

ଯୋଡ଼ା : (ଶାସକ ପ୍ରଶାସକ) ଯୋଡ଼ା ଡିଏଭି ସ୍କୁଲ ନିକଟରେ ଆଜି ସକାଳେ ଏକ ଦୁର୍ଘଟଣାରେ ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କର ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଯୋଡ଼ା ଆଜାଦ୍ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୂସାଲ୍ ତାଙ୍କ ପୁଅ ନିକିତ ଭୂସାଲ୍ ଓ ଗଣେଶ ଶର୍ମା । ମୃତକ ଦୁଇ ଛାତ୍ର ଯୋଡ଼ା ଡିଏଭି ସ୍କୁଲର ଛାତ୍ର।

ମିଳିଥିବା ସୂଚନା ଅନୁସାାର ଆଜି ସକାଳ ପ୍ରାୟ ୭ଟା ସମୟରେ କ୍ରିଷ୍ଣା ନିଜ ପୁଅ ସହ ପଡ଼ୋଶୀ ଘରର ଅନ୍ୟ ଜଣେ ଛାତ୍ର ଗଣେଶକୁ ବାଇକ ଯୋଗେ ସ୍କୁଲ ଛାଡ଼ିବାକୁ ଯାଉଥିଲେ।। ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ନିକଟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୩ ଜଣଙ୍କୁ ଧକ୍କା ଦେଇଥିଲା। ସମସ୍ତେ ରାସ୍ତା ଉପରେ ଛିଟିକି ପଡ଼ି ଯାଇଥିଲେ। ଏହାପରେ ଟ୍ରକଟି ୩ ଜଣଙ୍କ ଉପରେ ମାଡ଼ି ଯାଇଥିଲା ଓ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.