ପୁରୀ (ଅନିମେଶ ପଟ୍ଟନାୟକ)- ରାଜ୍ୟସ୍ତରୀୟ ଇଣ୍ଡେନ୍ସ ସାଇନ୍ସ ଅଲମ୍ପିଆଡ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି କୁନି ଝିଅ ମିଲି ନାୟକ। ଏଲକେଜିର ଛାତ୍ରୀ ମିଲି ପୁରୀ ଡିଏମ୍ ପବ୍ଲିକ ସ୍କୁଲରେ ପଢନ୍ତି । ଏହି ପ୍ରତିଯୋଗିତାରେ ସେ ୨ୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ଭୁବନେଶ୍ବର ନିକଟ ଫୁଲନଖରା ଜାଭିୟର ସ୍କୁଲରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାଞ୍ଜଳ ଭାବେ ଇଂରାଜୀରେ ଲେଖି ମିଲି ଏହି ପୁରସ୍କାର ପ୍ରାପ୍ତ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ବର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ରାଜ୍ଯ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ , ସମ୍ମାନିତ ଅତିଥି ଭାବେ ସତ୍ଯବାଦୀ ବିଧାୟକ ଓମପ୍ରକାଶ ମିଶ୍ର ଓ ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଡିଏମ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଇତିଶ୍ରୀ ମହାପାତ୍ର ଏହି ଉତ୍ସବରେ ଯୋଗ ଦେଇଥିଲେ । ତାଙ୍କର ଏହି ସଫଳତାରେ ସ୍କୁଲର ପ୍ରିନ୍ସିପାଲ ସଂଘମିତ୍ରା ଶଥପଥୀ , ମିଲିଙ୍କ ପିତା ପ୍ରଭାସ ନାୟକ ଓ ମାତା ଲିପିକା ନାୟକ ଏବଂ ଗୁରୂଜନ ମାନେ ଖୁସି ବ୍ୟକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.