କାମାକ୍ଷାନଗର ଗସ୍ତରେ ଗଲା ମୟୂରଭଞ୍ଜ ଭଲିବଲ ଟିମ

0

ବାରିପଦା(ଅରବିନ୍ଦ ଦାସ )

ମୟୂରଭଞ୍ଜ ଆଥେଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ  ଭଲିବଲ ଚୟନ ଶିବିର ମାଧ୍ୟମରେ ନବଗଠିତ ୧୨ ଜଣିଆ ପୁରୁଷ ଓ ମହିଳା ଭଲିବଲ ଟିମ କାମାନଘରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବା ନିମନ୍ତେ ଆଜି ଯାତ୍ରା କରିଛନ୍ତି । ଉକ୍ତ ୧୨ ଜଣିଆ ପୁରୁଷ ଟିମରେ ନିହାର ରଞ୍ଜନ ମହଲା(ଅଧିନାୟକ), ଅନାଦି ଚରଣ ଜେନା, କୈଳାସ ସିଂହ, ମନୋଜ କୁମାର ଲେଙ୍କା, ପରେଶ କୁମାର ସାହୁ, ସୌମ୍ୟ ରଞ୍ଜନ ନାୟକ, ବିଶ୍ୱଜିତ୍ ବେହେରା, ମୃତ୍ୟୁଞ୍ଜୟ  ପଣ୍ଡା, ସୂର୍ଯେ୍ୟନ୍ଦୁ ବିକାଶ ପାଣିଗ୍ରାହୀ, ହରିଶଙ୍କର ନାୟକ, ଦେବାଶିଷ ଘୋଷ, ଦୀପକ କୁମାର ଦଳାଇ ରହିଥିବା ସମୟରେ ମହିଳା ଭଲିବଲ ଠିମରେ ବୈଷ୍ନବୀ ସିଂହ, ଦେବସ୍ମୀତା ସାହୁ, ଦୀପା ମହାନ୍ତ, ଲିପିକା ରାଣୀ ବେହେରା, ମିତାଲୀ ରାଣୀ ଦାସ, ରୀତା ରାଣୀ ଜେନା, ପ୍ରତିକ୍ଷା ବାରିକ, ଜୟଶ୍ରୀ ପାଢ଼ୀ, ସୁଜାତା ପ୍ରଧାନ, ନୀରଦା ମହାନ୍ତ, ସିଶ୍ୟ ବିଜେତା ପ୍ରଧାନ ପ୍ରମୁଖ ସ୍ଥାନ ପାଇଛନ୍ତି ଏବଂ ଉଭୟ ଟିମର କୋଚ ଭାବେ ଦେବକାନ୍ତ ନାୟକ, ଟିମ ମ୍ୟାନେଜର ଭାବେ ନିତ୍ୟାନନ୍ଦ ନାୟକ ଓ ରଞ୍ଜିତା ମହାନ୍ତି ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଆସୋସିଏସନ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ସମ୍ପାଦକ କିଶୋର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏଥିରେ ଭଲିବଲ ସହସମ୍ପାଦକ ଅମିତାଭ ଦାସ, ଅମ୍ବିକା ରାଉତଙ୍କ ସମେତ ସମସ୍ତ କାଉନସିଲ ସଦସ୍ୟ ଓ ଚୟନ ଶିବିରରେ ସହ ଯୋଗକରିଥିବା ମୁସ୍କାନ କ୍ଲବର ବରିଷ୍ଠ  ସଦସ୍ୟ ଆଶୁତୋଷ ପଣ୍ଡା, ଅଜୟ ମହାପାତ୍ର, ବିକର୍ତ୍ତନ ଲେଙ୍କା, ଜୟନ୍ତ କୁମାର ପଣ୍ଡା, ସପନ କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ବିଶ୍ୱାଳ, ରାଜେଶ ଦାସ, ବ୍ରଜ କିଶୋର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମୟୂରଭଞ୍ଜ ପୁରୁଷ ଓ ମହିଳା ଭଲିବଲ ଟିମର ସଫଳତା କାମନା କରିଥିଲେ ।

 

Leave A Reply

Your email address will not be published.