ଦୀର୍ଘ ବର୍ଷ ଧରି ଶାରୀରିକ ଶୋଷଣ ଓ ଠକାମୀର ଶିକାର ହୋଇଛନ୍ତି ଜଣେ ସରକାରୀ କର୍ମଚାରୀ ଆଦିବାସୀ ମହିଳା

5

ନବରଙ୍ଗପୁର /,ଅଶୋକ ସାହୁ, ଶାସକ ପ୍ରଶାସକ: ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖି ବିଶ୍ୱାସରେ ବିଷ ଦେଇ ଟଙ୍କା ସୁନାଗହଣା ଆଦି ଲୁଟି ନେଇଛନ୍ତି ଜଣେ ସରକାରୀ ରାଜସ୍ବ ବିଭାଗରେ କାର୍ଯ୍ୟରତ ସରକାରୀ ବାବୁ, କେତେବେଳେ ପ୍ରଲୋଭନ ଦେଖାଇ ତୋ କେତେବେଳେ ଜୀବନରେ ମାରି ଦେବାକୁ ଧମାକଚମକ ଦେଇ, ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅଂଚଳରେ, ପୁଣି ଘଟଣା ଗଣମାଧ୍ୟମରେ ପ୍ରଘଟ ହୋଇଯିବା ଭୟରେ ନିଜେ ଭୟଭୀତ ହୋଇ ଘଟଣାକୁ ଚପାଇଦେବାକୁ ହୀନ ଉଦ୍ୟମବି କରୁଛନ୍ତି |
ଘଟଣାରୁ ପ୍ରକାଶ ଯେ,ବର୍ତମାନ ତେନ୍ତୁଳୀଖୁଣ୍ଟି ବ୍ଲକ କୁକୁଡାବାଇରେ ସହକାରୀ ରାଜସ୍ବ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଶ୍ରୀମତୀ ଦହନା ପୂଜାରୀ ପାପଡାହାଣ୍ଡି ତହସିଲରେ କାର୍ଯ୍ୟରତ ସୁପରଭାଇଜର ଶ୍ରୀ ଦେବେନ୍ଦ୍ର ମାଝୀ ସହ ସହକର୍ମୀ ଭାବେ କାର୍ଯ୍ୟରତ ଥିଲାବେଳେ ସ୍ନେହସମ୍ପର୍କ ଗଢ଼ି ଉଠିଥିଲା ଓ ତାହାର ସୁଯୋଗ ନେଇ ମହିଳାଙ୍କୁ ମିଠା କଥା କହି ତାଙ୍କ ସହିତ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ ଓ ବିଶ୍ୱାସ ଜନ୍ମlଇ ଲକ୍ଷାଧିକ ଟଙ୍କା ଅନଲାଇନ ଓ ବିଭିନ୍ନ ଉପାୟରେ ଠକି ନେଇଥିଲେ ଓ ପରିଶେଷରେ ସର୍ବସ୍ବ ଲୁଟି ନେଲେ, ଶେଷରେ ଏହି ବିଷୟ ମହିଳା ଜାଣିପାରି ନିଜ ଟଙ୍କା ମାଗିବାରୁ ଶ୍ରୀ ଦେବେନ୍ଦ୍ର ମାଝୀ ବିଭିନ୍ନ ଧମକଚମକ ଦେଇ ମାଡ ମାରିବାରୁ, ଶେଷରେ ପାପଡାହାଣ୍ଡି ଥାନା, ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଓ ଜିଲ୍ଲାପାଳ ନବରଙ୍ଗପୁରଙ୍କୁ ଲିଖିତ ଭାବେ ଜଣାଇବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଗଣମାଧ୍ୟମକୁ ଡାକି ସମସ୍ତ ସୂଚନା ପ୍ରଦାନ କହିଛନ୍ତି. ।
ବର୍ତ୍ତମାନ ଦେଖିବାକୁ ବାକି ରହିଲା, ଏହି ଆଦିବାସୀ ମହିଳାଙ୍କୁ ଉପରିସ୍ଥ ସରକାରୀ କର୍ମଚାରୀ ଯେପରି ଭାବେ ଶାରୀରିକ ଓ ମାନସିକ ଶୋଷଣର ଶିକାର କରୁଥଲେ ଓ ଜୀବନରେ ମାରିଦେବାକୁ ଧମକଚମକ ଦେଉଥିଲେ । କେବେ ଏହି ଆଦିବାସୀ ମହିଳାଙ୍କୁ ନ୍ୟାୟ ମିଳିପାରୁଛି ବର୍ତ୍ତମାନ ବୁଦ୍ଧି ଜୀବୀଙ୍କ ସହ ଜନସାଧରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.