ଏନସିସି ନିର୍ଦ୍ଦେଶାଳୟ ଡିଡିଜି କମାଣ୍ଡର ଜେ ସୁରେଶଙ୍କ ରାଉରକେଲା ନବମ ବାଟାଲିୟନ ଏନସିସି, ର ପରିଦର୍ଶନ

5

ରାଉରକେଲା(ବସନ୍ତ କୁମାର ଜେନା): କମାଣ୍ଡର ଜେ ସୁରେଶ, ଡିଡିଜି, ଏନସିସି ନିର୍ଦ୍ଦେଶାଳୟ, ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାସନ କର୍ଣ୍ଣେଲ ସଂକେତ ଦେବ ଏବଂ ସମ୍ବଲପୁର ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ଅମିତାଭ ରାୟ, ସେନା ପଦକ ସହିତ ନବମ(ଓ) ବାଟାଲିୟନ ଏନସିସି, ରାଉରକେଲା ପରିଦର୍ଶନ କରିଛନ୍ତି। ବାଟାଲିୟନର କ୍ୟାଡେଟ୍ ମାନେ ଡିଡିଜିଙ୍କୁ ଗାର୍ଡ ଅଫ୍ ସମ୍ମାନ ପ୍ରଦାନ କରିଥିଲେ। ବାଟାଲିଅନ୍ କମାଣ୍ଡିଂ ଅଫିସର କର୍ଣ୍ଣେଲ ଏସସି କୁଲକର୍ଣ୍ଣି ଡିଡିଜି ଏବଂ ଅନ୍ୟ ପ୍ରତିନିଧିଙ୍କୁ ସ୍ୱାଗତ କରିଥିଲେ। ଏହି ଗସ୍ତ ସମୟରେ କମାଣ୍ଡିଂ ଅଫିସର ବାଟାଲିୟନର ବିସ୍ତୃତ ରିପୋର୍ଟ ଦେଇଥିଲେ। ଡିଡିଜି ମଧ୍ୟ ବିଭିନ୍ନ କଲେଜ ଏବଂ ବିଦ୍ୟାଳୟର କ୍ୟାଡେଟ ମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଓ ଡିଡିଜି ବର୍ତ୍ତମାନର ସମସ୍ତ ଏଏନଓ ସହିତ ହାତ ମିଳାଇଥିଲେ ଏବଂ ଏନସିସି ଓଡିଶା ନିର୍ଦ୍ଦେଶାଳୟର ବିଭିନ୍ନ କାର୍ଯ୍ୟକଳାପ ସହ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଏଥି ସହିତ କ୍ୟାଡେଟମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସଫଳତାର ବାଟ ବତେଇଥିଲେ। ଏହି ଗସ୍ତରେ ସେ ଏକ ଶର୍ଟ ଫାୟାରିଙ୍ଗ୍ ରେଞ୍ଜର ଭିତ୍ତପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ ଯାହା କ୍ୟାଡେଟମାନଙ୍କ ତାଲିମ ପାଇଁ ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି । ଶେଷରେ ଡିଡିଜି ବାଟାଲିୟନର କର୍ମଚାରୀ ଏବଂ ପି ଆଇ ଷ୍ଟାଫ୍ ସହ କଥାବାର୍ତ୍ତା କରି ବାଟାଲିୟନ ଏବଂ ଏନସିସି ପ୍ରତି ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ।

Leave A Reply

Your email address will not be published.